ବାଲିଗୁଡା ବିଧାୟକଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଚାନକ କ. ନୂଆଗାଁ ବ୍ଲକର  ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ବିଧାୟକଙ୍କ ସହ କ.ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ପରିଦର୍ଶନରେ ଆସିଥିଲେ। ପୂର୍ବରୁ  ବହୁବାର ସ୍ମାର୍ଟ ସ୍କୁଲ ନିର୍ମାଣରେ ଅନିୟମିତତା, ଖରାପ କାମ ଜାଲିଆତି ହେଉଥିବା ଅଭିଯୋଗ ହୋଇଥିଲା।ବିଦ୍ୟାଳୟର କୌଣସି କାମ ଠିକ ରୂପେ କରାଯାଇନାହିଁ। ସ୍ମାର୍ଟ ସ୍କୁଲ ପାଇଁ ସରକାରୀ ଅନୁଦାନ କେତେ ଟଙ୍କା ଆସିଛି ସେ ବିଷୟରେ କିଛି ତଥ୍ୟ ନାହିଁ କିମ୍ବା ସୂଚନା ଫଳକ ନାହିଁ। ବିନା ସୂଚନା ଫଳକ ଓ ବିନା ଯୋଜନାରେ କାମ ଚାଲିଛି। ପାଚେରୀଗୁଡ଼ିକର ମରାମତି ନକରି, ଲାଗିରହିଥିବା ଶିଉଳି ବାହାର ନକରି ଚୂନ ଦିଆଯାଇଛି । ପୁରୁଣା ବିଦ୍ୟାଳୟର ଏଜବେଷ୍ଟ ବାହାର ନକରି ରଙ୍ଗ ମାରି ଦିଆଯାଇଛି । ପୁରୁଣା ଶୌଚାଳୟଗୁଡ଼ିକ ମରାମତି ମଧ୍ୟ ହୋଇନାହିଁ । ଅଧାରୁ ଅଧିକ ପାଚେରୀ ଜରାଜୀର୍ଣ୍ଣ ଅବସ୍ଥାରେ। ପୁରାପୁରି ଦେଖିବାକୁ ଗଲେ ଏହା ସ୍ମାର୍ଟ ସ୍କୁଲ ପରି ଲାଗୁନାହିଁ । ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସ୍ମାର୍ଟ ସ୍କୁଲ ନାମରେ ହରିଲୁଟ ଚାଲିଛି। ଏଠାରେ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ବିନା ସୂଚନା ଫଳକରେ କିପରି କାମ ଚାଲିଛି ନା ପ୍ରଶାସନ ଓ ଠିକାଦାରର ମଧୁଚନ୍ଦ୍ରିକାରେ ଏହି କାମ ଚାଲିଛି । ମାର୍ଚ୍ଚ ୫ ତାରିଖ ପୂର୍ବରୁ କାମ ସାରିବା କଥା ଏପର୍ଯ୍ୟନ୍ତ କାମ ସରିନାହିଁ। ଏ ବିଷୟରେ ସମସ୍ତ ଅଭିଯୋଗ ପରିଦର୍ଶନରେ ଆସିଥିବା ବାଲିଗୁଡା ବିଧାୟକ ଓ ବିଡିଓଙ୍କୁ ଅବଗତ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ