ବାଲିଗୁଡା ବିଧାୟକ କଦଳୀ ଚାରା ବାଣ୍ଟିଲେ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଙ୍ଗ୍ ପଞ୍ଚାୟତର ଲିମାରପଦର ଗ୍ରାମଠାରେ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ  ୪୦ ଜଣ ଆଦିବାସୀ ଚାଷୀଙ୍କୁ ଜଣକ ପିଛା ୩୦୦ଟି ଲେଖାଏଁ ଟିସୁ କଲଚର ଜିନ୍ଧବନ୍ ପ୍ରଜାତିର କଦଳୀ ଚାରା ରୋପଣ ପାଇଁ ପ୍ରଦାନ କରଯାଇଛି । ଯାହାକି ୧୦ମାସ ମଧ୍ୟରେ ଉନ୍ନତ ମାନର ଫଳ ପ୍ରଦାନ କରିପାରିବ। ଏହି ଚାଷରେ ଅଳ୍ପ ସମୟ ମଧ୍ୟରେ ଚାଷୀ ସ୍ୱାବଲମ୍ବି ହୋଇ ପାରିବ। ବୃକ୍ଷର ରକ୍ଷଣାବେକ୍ଷଣ ବାବଦକୁ ପ୍ରଶାସନ ପକ୍ଷରୁ ତାରବାଡ଼ ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ପରିଚାଳକ ସୀମରନ୍ ନାୟକ ସୂଚନା ଦେଇଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିର ବିଧାୟକ ଚକ୍ରମଣି କହଁର ଯୋଗଦେଇ ଚାଷୀଙ୍କୁ ଚାରା ପ୍ରଦାନ କରିବା ସହିତ ଚାଷ ଜମିରେ ନଡ଼ିଆ ଫଟାଇ ଶୁଭ ଉଦଘାଟନ କରି କଦଳୀ ଚାରା ରୋପଣ କରିଥିଲେ । ସମୁଦାୟ ୧୨୦୦୦ କଳଦୀ ଚାରା ପ୍ରଦାନ କରାଯାଇଥିବା ବେଳେ ଚାଷୀ ମିଥୁନ୍ ମଲିକ, କଂସ ପ୍ରଧାନ, ରିଚାରସନ୍ ମଲିକ, ରତ୍ନାକର ମଲିକ ପ୍ରମୁଖ ଏହି ଅବସରରେ ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶୁରେଶ ପ୍ରଧାନ, କାର୍ଯ୍ୟଦକ୍ଷକ ଚନ୍ଦ୍ରକାନ୍ତ କହଁର, ଅଚ୍ୟୁତ ପାତ୍ର, ମିଲନ ଦିଗାଲ ଓ ଅନ୍ୟମାନେ ଯୋଗଦେଇଥିବା ଶେଷରେ ପ୍ରକଳ୍ପ ପରିଚାଳକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ