ବାଲିଗୁଡା ବିଧାୟକ ବାହାର ରାଜ୍ୟ ରେ ଥିବା ଶ୍ରମିକ ମାନଙ୍କ ପାଇଁ ପଞ୍ଚାୟତ ରେ ପଞ୍ଜିକରଣ ପାଇଁ ସଚେତନ କଲେ….

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ମହାମାରୀ ରୁ ରକ୍ଷା ପାଇଁ ସାରା ଦେଶରେ ବର୍ତ୍ତମାନ ଲକ ଡାଉନ ଚାଲିଛି l ବାହାର ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି l ଏହି ଶ୍ରମିକ ମାନଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି l ଏଥି ପାଇଁ ପ୍ରତି ପଞ୍ଚାୟତ ରେ ସମସ୍ତ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କ ସହିତ ଭିଡ଼ିଓ ବାର୍ତ୍ତା ରେ କଥା ହୋଇଛନ୍ତି, ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଅଣ୍ଟା ଭିଡିଛନ୍ତି, ବାଲିଗୁଡା ବିଧାୟକ ଚକ୍ରମଣି କହଁର ପ୍ରତି ପଞ୍ଚାୟତ କୁ ଗସ୍ତ କରି ସରପଞ୍ଚ ଙ୍କ ସହିତ ଗାଁ ଗାଁ ରେ ଲୋକଙ୍କୁ ସଚେତନ କରି ମାକ୍ସ ଦେବା ସହିତକାମ ଧନ୍ଦା ପାଇଁ ବାହାର ରାଜ୍ୟରେ ଥିବା ଗାଁ ର ଶ୍ରମିକ ଭାଇ ମାନଙ୍କ ପଞ୍ଜିକରଣ ପାଇଁ ଲୋକଙ୍କୁ ଶପଥ କରାଇଛନ୍ତି l କୋରନା ସଂକ୍ରମଣ ରୁ ପଞ୍ଚାୟତ କୁ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ବାଲିଗୁଡା ବିଧାୟକ. ସାଇନାପଡ଼ା ପଞ୍ଚାୟତ ର ଦାଉଗାଁ, କିଲୁପଡା, ସାଇନପଡା, ଜମାପଦର ଆଦି ଗ୍ରାମ ରେ ଶ୍ରମିକ ପଞ୍ଜିକରଣ ପାଇଁ ଲୋକଙ୍କୁ ବୁଝାଇ ପଞ୍ଚାୟତ କର୍ମଚାରୀ ମାନଙ୍କୁ ସହଯୋଗ ପାଇଁ କହିଛନ୍ତି l ଏହି ଶପଥ କାର୍ଯ୍ୟ ରେ ସାଇନପଡା ସରପଞ୍ଚ କୁମୁଦ ଚନ୍ଦ୍ର ମଳିକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାହାର ରାଜ୍ୟରେ ଥିବା ଲୋକ ମାନଙ୍କ ତଥ୍ୟ ସଂଗ୍ରହ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ