ବାଲିଗୁଡା ବୌଦ୍ଧ ସମବାୟ ବ୍ୟାଙ୍କ ରେ ଗତ ନଅ ଦିନ ଧରି ବନ୍ଦ,ଗ୍ରାହାକ ହନ୍ତସନ୍ତ
ବାଲିଗୁଡା, (ଓ୍ବାଇଏନ୍ଏସ୍):ବାଲିଗୁଡା ସହରରେ ଥିବା ବୌଦ୍ଧ ସମବାୟ ବ୍ୟାଙ୍କରେ ଗତ ନଅ ଦିନ ଧରି ବନ୍ଦ ହୋଇରହିଛି । ବ୍ୟାଙ୍କ କାର୍ଯ୍ୟନେଇ ଆସୁଥିବା ଗ୍ରାହାକ ମାନେ ବ୍ୟାଙ୍କ ବନ୍ଦ ଥିବା ନେଇ ବହୁ ଅସୁବିଧାର ସମ୍ୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ବ୍ୟାଙ୍କ ଉପରେ ଗ୍ରାମାଂଚଳର ଚାଷି.ବହୁ ଗ୍ରୁପ ସଂଘ ସହ ବହୁ ଗ୍ରହାକ ମାନେ ଏହି ବ୍ୟାଙ୍କ ଦ୍ୱାରା ସେମାନେ ଟଙ୍କାର ଲେଣଦେଣ କରିଥାନ୍ତି । କିନ୍ତୁ ବ୍ୟାଙ୍କ ଗତ ନଅଦିନ ଧରି ବ୍ୟାଙ୍କ ସଂପୁର୍ଣ୍ଣ ଭାବେ ବନ୍ଦ ଥିବାରୁ ସବୁସ୍ତରରେ ଲୋକ ହଇରାନ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ ଏହି ବ୍ୟାଙ୍କ ଗତ ମାର୍ଚ୍ଚ ମାସ ୩୦ ତାରିଖରୁ ବନ୍ଦ ହୋଇଯାଇଛି ଯାହାକି ଆଜି ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିନାହିଁ କି ଗ୍ରାହାକ ମାନେ ସେବା ପାଇପାରୁନାହାନ୍ତି । ଏହି ବାବଦରେ ଏହି ବ୍ୟାଙ୍କର ଶାଖା ପରିଚାଳକ ବୀରେନ କୁମାର ସାହାଣିଙ୍କ ଚାରିବାରୁ ସେ କହିଛନ୍ତି ଗତ ମାର୍ଚ୍ଚ ମାସ ୩୦ତାରିଖ ଦିନ ବିଦ୍ୟୁତ ଯିବା ଆସିବା ଯୋଗୁଁ ଆମ ବ୍ୟାଙ୍କର ସମସ୍ତ କମ୍ପୁଟର ସମେତ ମଡମ,ଟଙ୍କା ଗଣିବା ମେସିନ ସମେତ ଅନ୍ୟ ସାମଗ୍ରୀ ପୋଡିଯାଇଛି ଓ ଆମ ବ୍ୟାଙ୍କର ପ୍ରାୟ ଆଠ ରି ଦଶ ଲକ୍ଷ ଟଙ୍କା ବିଦ୍ୟୁତର ଯିବା ଆିବା କାରଣରୁ ପୋଡି ନଷ୍ଟ ହୋଇଯାଇଛି ଏବଂ ଆଉ ଦିନେ ଦୁଇ ଦିନମଧ୍ୟରେ ପୋଡିଯାଇଥିବା ସମସ୍ତ ସାମଗ୍ରୀକୁ ସଜାଡି ବା ତିଆରି କରି ବ୍ୟାଙ୍କ ଖୋଲି ଗ୍ରାହାକ ମାନଙ୍କୁ ସେବା ଦେବୁ ବୋଲି କହଛନ୍ତି । ମାର୍ଚ୍ଚ ମାସ ତିରିଶି ତାରିଖରୁ ବ୍ୟାଙ୍କ କାର୍ଯ୍ୟ ଅଚଳ ହୋଇଯିବା କାରଣରୁ ବ୍ୟାଙ୍କର ବକେୟା ଥିବା ଗ୍ରାହାକ ବାଲୋନ ନେଇଥିବା ଗ୍ରାହାକ ମାନେ ମାର୍ଚ୍ଚମାସ କ୍ଲୋଜିଙ୍ଗରେ ବକେୟା ପ୍ରାପ୍ୟ ବାନ୍ଧିବାରେ ବାଧା ଉପୁଜିଲା ଓ ମାର୍ଚ୍ଚ କ୍ଲୋଜିଙ୍ଗରେ କରିପାରିଲେ ନାହିଁ । ବ୍ୟାଙ୍କର ଯାନ୍ତୀକ ତୃଟି କାରଣରୁ ଗ୍ରାହାକ ମାନେ ଅସୁବିଧାର ସମ୍ମୁଖୀନ ହେଲେ ଗ୍ରାହାକ ମାନେ କହୁଛନ୍ତି ଆମେ ମାର୍ଚ୍ଚ ମାସରେ ସୁଜିବାକୁ ଥିବା ଟଙ୍କା ପାଇଁ ଯାଇଥିଲୁ କିନ୍ତୁ ବ୍ୟାଙ୍କ ନିଜସ୍ୱ ଅସୁଭିଦା ପାଇଁ ଆମେ ବକେୟା ଟଙ୍କା ସୁଜିପାରିଲୁ ନାହିଁ ଏଥିପାଇଁ ବ୍ୟାଙ୍କ କିଛି ବ୍ୟବସ୍ଥା କରୁ ବୋଲି ଗ୍ରାହାକ ମାନେ କହିଛନ୍ତି ।