ବାଲିଗୁଡା ବ୍ଲକରେ କେନାଲ  ନିର୍ମାଣ କରାନଯାଇ ଫଳକରେ ପାଞ୍ଚଲକ୍ଷ ଟଙ୍କା ହଡପ ଅଭିଯୋଗ;ତଦନ୍ତ ଦାବୀ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପାଞ୍ଚଲକ୍ଷ ଟଙ୍କା ହରିଲୁଟ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକର ସିନ୍ଦ୍ରିଗାଁ ପଞ୍ଚାୟତରେ  । ଖବର ପ୍ରକାରେ କେନାଲ  ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତୀ ଯୋଜନାରେ ବାଲିଗୁଡା ବ୍ଳକ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଗ୍ରାମକୁ କେନାଲ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।ଏହାର କୋଡନଂ 1095684 ଥିବାବେଳେ ଫଳକରେ କୈଣସି କାର୍ଯ୍ୟାରମ୍ଭ କିମ୍ବା କାର୍ଯ୍ୟା ଶେଷ ଦର୍ଶାଯାଇନାହିଁ ।  କିନ୍ତୁ ଏଠାରେ କୈଣସି କେନାଲ  ନିର୍ମାଣ କରାଯାଇନଥିବା ଗ୍ରାମବାସୀ ମାନେ  ପ୍ରକାଶ କରିଥିବା ବେଳେ ଫଳକ ମରାଯାଇ ଫଲସ ବିଲକରି ଏହି ଅର୍ଥକୁ ହରିଲୁଟ କରାଯାଇଥିବା ବିଷୟ ଅଭିଯୋଗ ହୋଇଛି ।ଏହି ହରିଲୁଟର କପୋର୍ଟଦାର ବାଲିଗୁଡା ବ୍ଳକର ଜୈନକ        କନିଷ୍ଠ ଯନ୍ତ୍ରୀ ସହିତ ସିନ୍ଦ୍ରିଗାଁ ପଞ୍ଚାୟତର ଭିଏଲଡବ୍ଲୁ,    ଜିଆରଏସ ଓ ବାଲିଗୁଡା ଗୋଷ୍ଠିଉନ୍ନୟନ ଅଧିକାରୀ ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।ଲୋକମାନେ ପ୍ରକାଶ କରିଛନ୍ତିଯେ ଆମ ଗ୍ରାମରେ କୈଣସି କାମ କରାନଯାଇ ଜର୍ବକାଡଥିବା ହିତାଧିକାରିଙ୍କୁ କିଛି ଟଙ୍କା ଦେବାକୁ ଲୋଭ ଦେଖାଇ ଏଭଳି ଅନେକ ଫଲସ ବିଲକରି ସାର୍ ମାନେ ପକେଟ ଗରମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଏ ବିଷୟରେ କନିଷ୍ଠ ଯନ୍ତ୍ରୀକୁ ପଚାରିବାରୁ ମୁ ଦେଖିକି କହିବି ମୋତେ ସମୟ ଦିଅନ୍ତୁ ବୋଲି କହିଥିବା  ଜଣାପଡିଛି ।ବିଡିଓ ନରେଶ ଚନ୍ଦ୍ର ଶବର ଙ୍କ ପ୍ରତିକ୍ରୀୟା ପାଇଁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲା,  କିନ୍ତୁ ମହାଶୟ ଫୋନ ଉଠାଇନଥିଲେ ।ଭଲ ଭାବରେ ଦେଖନ୍ତୁୁ ଏହି ଦୃଶ୍ୟକୁ ଦେଖିଲେ ଆପଣ ଜାଣିପାରିବେ କିଭଳି ଫଳକ ପୋତି ଲକ୍ଷଲକ୍ଷ ଟଙ୍କା ହରିଲୁଟ କରାଯାଉଛି MGNREGS ଯୋଜନାରେ ।ଏହାର ତଦନ୍ତ ଭିଜିଲାନ୍ସ ଦ୍ବାରା କରାଯାଇ ଉକ୍ତ ଘୋଟାଲାରେ ସଂପୃକ୍ତ ଥିବା ଅଧିକାରୀ ,ଜେଇ, ଭିଏଲଡବ୍ଲୁ,  ଜିଆରଏସ ବିରୋଧରେ କନ୍ଧମାଳ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ