ବାଲିଗୁଡା ରେ ନୂତନ ଉପଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ନୂତନ ଉପ ଜିଲ୍ଲାପାଳ ଭାବେ ଏମ.ଏସ.ମଧୁସ୍ମିତା ଦାୟିତ୍ୱ ଗ୍ରହଣ କରିଛନ୍ତି | ଏମ.ଏସ.ମଧୁସ୍ମିତା ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଭାପ୍ରସେ ) ଟ୍ରେନିଂ ସାରି ବାଲିଗୁଡା ଉପଜିଲ୍ଲାପାଳ ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି | ବାଲିଗୁଡା ଉପଜିଲ୍ଲାପାଳ ରୂପେ ଦାୟିତ୍ୱ ଗ୍ରହଣ କଲାପରେ ବାଲିଗୁଡା ଉପଖଣ୍ଡର ଉନ୍ନୟନ କାର୍ଯ୍ୟ ଓ ଆଇନ ଶୃଙ୍ଖଳା ପ୍ରତି ପ୍ରାଥମିକତା ଦେବେ ବୋଲି ଏମ.ଏସ.ମଧୁସ୍ମିତା କହିଛନ୍ତି | ଏଥି ପୂର୍ବରୁ ବାଲିଗୁଡାରେ ଉପଜିଲ୍ଲାପାଳ ଥିବା ଦୁଃଖବନ୍ଧୁ ନାୟକ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ରୂପେ ବଦଳି ହୋଇଛି | ନୂତନ ଉପଜିଲ୍ଲାପାଳ ଏମ.ଏସ.ମଧୁସ୍ମିତା ଏଥି ସହିତ ବାଲିଗୁଡା ବିଜ୍ଞପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସରକାର ଙ୍କ ବିଜ୍ଞପ୍ତି ରେ ନିର୍ଦେଶ ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ