ବାଲିଗୁଡା ରେ ଵିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାର ଘୃଣ୍ୟ କଟୁ ମନ୍ତବ୍ୟ ଦେଇ ଓଡ଼ିଆ ଭାବା ବେଗକୁ ତଥା ଆଦିବାସୀ ସମାଜକୁ କଂଗ୍ରେସ ଆଘାତ ଦେଇଛି । ଏହାରି ପ୍ରତିବାଦରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ଙ୍କ ଆହ୍ୱାନ କ୍ରମେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ଙ୍କ ନେତୃତ୍ବରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇ ଥିଲା ‌। ଏହି ପ୍ରତିବାଦ କାର୍ଯ୍ୟକ୍ରମ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ତଥା କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ ଯୋଗଦେଇ କଂଗ୍ରେସ ନେତାଙ୍କ ଏହା ହିନ ମନ୍ତବ୍ୟ କଂଗ୍ରେସ ସବୁବେଳେ ଆଦିବାସୀ ମାନଙ୍କୁ ତଳିଆ କରି ରଖିବାକୁ ଚାହେଁ ଏବଂ କେବଳ ଭୋଟ ବ୍ୟାଙ୍କ ବନାଇରଖିବାକୁ ଚାହେଁ ତେଣୁ ଜଣେ ଆଦିବାସୀ ସମାଜର ମହିଳା ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିବାବେଳେ କଂଗ୍ରେସ ନେତାଙ୍କ ଦେହ ସହୁ ନାହଁ ବୋଲି କହିଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏହା ଉପରେ କଟୁ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଅଜୟ କୁମାର ଙ୍କ ନାମରେ ମୁର୍ଦାବାଦ୍ ନାରା ଦେଇ ଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପ୍ରଭାରୀ ପଦ୍ମ ଚରଣ ଦାସ, ଜ଼ିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଅଭୟ କୁମାର ପାତ୍ର, ଜ଼ିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି କୁସୁମ ପ୍ରଧାନ,  ମିଡ଼ିଆ ସେଲ ସଂଯୋଜକ ଜଗନ୍ନାଥ ସାହୁ ( ଟିକୁ ) ବାଲିଗୁଡା ଯୁବମୋର୍ଚ୍ଚା ସଭାପତି ସୁଭାଶିଷ ମିଶ୍ର,  ସଂଯୋଜକ ମାଧବ ଦାସ ଯୁବ ମୋର୍ଚ୍ଚା ଜ଼ିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର କାନ୍ତ ନାୟକ ପ୍ରମୁଖ ବାଲିଗୁଡା ନଗର ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଉପ ଜ଼ିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ