ବାଲିଗୁଡାରେ ଶୀତଳ ଷଷ୍ଠି ଯାତ୍ରା ପାଳନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡ଼ାସ୍ଥିତ ବିରୁପାକ୍ଷ ମନ୍ଦିର ପରିସର ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ପାଳନ ହୋଇଯାଇଛି l କିନ୍ତୁ ଏଥର କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜାକ ଜକମରେ ପାଳନ ନ ହୋଇ ଵିଧି ଅନୁଯାୟୀ ସାମାଜିକ ଦୂରତା କୁ ବଜାୟ ରଖି ପାଳନ କରାଯାଇଛି | ଏଥର କନ୍ୟା ଘର ପ୍ରମୋଦ କୁମାର ସାହୁ ଓ ବର ଘର ସବୁବର୍ଷ ଭଳି ଶ୍ୟାମ ସୁନ୍ଦର ପାତ୍ର ହୋଇଥିଲେ l ଏଥିରେ ପୂଜକ ଭାବେ ଚିନ୍ତାମଣି ମିଶ୍ର ଓ ପ୍ରମୋଦ କୁମାର ମହାପାତ୍ର ପରିଚାଳନା କରିଥିଲେ l ଏହା ମନ୍ଦିର ମଣ୍ଡପରେ ରୀତି ନୀତି ଅନୁଯାୟୀ ସମାପନ ହୋଇଥିଲା.