ବାଲିଗୁଡା ଷ୍ଟେଟବ୍ୟାଙ୍କରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ମହିଳା ମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରୀ ରହିଛି। ମିଶନ ଶକ୍ତି ହେଉଛି ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ। ଏହି ବିଭାଗ ମାଧ୍ୟମରେ ପ୍ରତି ପଞ୍ଚାୟତରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସଶକ୍ତି କରାଯାଇଥାଏ। କିନ୍ତୁ କେତେକ ବ୍ୟାଙ୍କ କର୍ମଚାରୀଙ୍କ ବେପରୁଆ ଓ ହୀନ ମନଭାବ ଯୋଗୁଁ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ଉନ୍ନତି ଓ ସଶକ୍ତି କରଣ ବଦଳରେ ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି, ଯାହାକି, ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କରେ ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ସରକାରଙ୍କ ଋଣ ପ୍ରଦାନ କରିବା ବଦଳରେ ଦୁର୍ବ୍ୟବହାର କରିବା କିଛି ସ୍ଵୟଂ ସହାୟିକା ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ମୁଣ୍ଡାସାହି ଅଞ୍ଚଳର ୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ତାରାତାରିଣୀ ଓ ପ୍ରଭାତୀ ତାରା ସ୍ବୟଂ ସହାୟିକା ଗୋଷ୍ଠୀ । ଏହି ଦୁଇ ଗୋଷ୍ଠୀ ଙ୍କ କାଗଜ ପତ୍ର ମଧ୍ୟ ବାଲିଗୁଡା ବ୍ଳକ ମିଶନ ଶକ୍ତି ମାଧ୍ୟମରେ ବାଲିଗୁଡା ଷ୍ଟେଟ ବ୍ୟାଙ୍କ କୁ ପଠାଯାଇଥିଲା। କିନ୍ତୁ ଋଣ ବିଭାଗ ଦାୟିତ୍ଵ ରେ ଥିବା ଜୈନକ କର୍ମଚାରୀ ଜଣକ ଏହି ଦୁଇ ଗୋଷ୍ଠୀର ମହିଳା ମାନଙ୍କ ସହିତ ଅନ୍ୟ ଅଞ୍ଚଳ ରୁ ଆସିଥିବା କିଛି ଗୋଷ୍ଠୀ ଗୁଡିକୁ ଦୁର୍ବ୍ୟବହାର କରିବା ସହିତ କୁଆଡେ ଆସିଛ, ଏଠି କ’ଣ ବାପାର ଟଙ୍କା ଥୁଆ ହୋଇଛି ନେବା ପାଇଁ ପଳେଇ ଆସିଛୁ । ତୁ….ତା… ବେ….ବା ଭଳି ଖରାପ ବ୍ୟବହାର କରି କାଗଜ ପତ୍ର ଗୁଡ଼ିକ ଫୋପାଡି ଦେଇଥିଲେ । ଏବଂ ବହୁକିଛି ଅସଭ୍ୟ ଭାଷା କହି ତଡ଼ି ଦେଇଥିବା ବିଷୟ ମହିଳା ଗୋଷ୍ଠୀ ମାନେ ବୟାନ କରିଛନ୍ତି। ଏ ନେଇ ଶାଖାର ମୁଖ୍ୟ ପରିଚାଳକ ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଅନୁପସ୍ଥିତ ଥିବାରୁ ହୋଇପାରିନଥିଲା। ଏହିପରି ଦୁର୍ବ୍ୟବହାର ଖବର ବାହରେ ପ୍ରକାଶ ପାଇବାପରେ ସବୁ ବର୍ଗରୁ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ବିଭିନ୍ନ ମହଲରୁ ଦାବୀ ହେବା ସହ ପ୍ରତ୍ୟେକ ବିଭାଗର କର୍ମଚାରୀ ମାନେ ଗ୍ରାହକ ମାନଙ୍କୁ ଅସଦାଚରଣ କରୁଛନ୍ତି କାହିଁକି? ଏ ନେଇ ପୂର୍ବରୁ ମଧ୍ୟ ବାରମ୍ବାର ଏହି ଭଳି ଦୁର୍ବ୍ୟବହାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ନ ସୁଧୁରି ନିଜ ପୈତୃକ ଧନ ଦେବା ଭଳି ବ୍ୟବହାର ରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହ ବହୁ ଗ୍ରାହକ ଏହି ବ୍ୟାଙ୍କରୁ ମୁହଁ ଫେରାଇଲେଣି ।ଏଥି ପ୍ରତି ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ପ୍ରବଳ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ