ବାଲିଗୁଡା ସହରରେ ମଦ ଓ ଗୁଟଖାର ବ୍ୟାପକ କଳାବଜାରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ସମଗ୍ରବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏହି ପରି ପ୍ରକ୍ଷିରେ କନ୍ଧମାଳ ଜିଲ୍ଲା ବର୍ତ୍ତମାନ ଲକଡାଉନ ଥିବାବେଳେ ସହରରେ ଦେଶୀ ଓ ବିଦେଶୀ ମଦ ଓ ପାନ ଗୁଟକା ,ସିଗାରେଟର ବ୍ୟାପକ କଳାବଜାରୀ ହେଉଥିବାର ଲକ୍ଷ କରାଯାଉଛି। ଦୀର୍ଘଦିନ ହେଲା ବାଲିଗୁଡା ସହରରେ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଥିଲେ ସୁଦ୍ଧା ଖୋଲାଖୋଲି ଭାବେ କିନ୍ତୁ ମଦ ଚଢା ଦରରେ ବିକ୍ରି ଚାଲିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର କୋଣସି କାର୍ଯ୍ୟାନୁଷ୍ଠାନ ନାହିଁ । ସେହିପରି କେତେକ ମୁନାଫାଖୋର ବ୍ୟବସାୟି ଚଢ଼ା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ମଧ୍ୟ ପ୍ରଶାସନର କୌଣସି ନଜର ନାହିଁ । ଏଣେ ପ୍ରଶାସନର ଆଢୁଆଳରେ ପାନ, ଗୁଟଖା, ସିଗାରେଟର ଦାମ ମନ ଇଚ୍ଛା ବଢ଼ି ବଢି ଚାଲିଛି । ବାଲିଗୁଡା ସହର ତଥା ଆଖ ପାଖ ଅଂଚଳରେ ପାନ ଓ ଗୁଟଖାର ଦାମ ଅହେତୁକ ବଢିଥିବାର ଲକ୍ଷ କରାଯାଉଛି । ଲକଡାଉନର ସୁଯୋଗନେଇ ହୋଲସେଲ ରୁ ରିଟେଲରମାନେ ଏହାର ଦାମକୁ ଦୁଇଗୁଣା ବଢାଇଦେଇଥିବା ଲକ୍ଷ କରାଯାଉଛି । ୫ ଟଙ୍କିଆ ପାନବାହାର ଓ ସଫଳ ୧୦ ଟଙ୍କାରେ , ୨ଟଙ୍କିଆ ଗୁଟଖା ୫ ଟଙ୍କାରେ ଓ ସିଗାରେଟର ଦାମ ପ୍ରାୟ ଦୁଇଗୁଣ ଅଧିକରେ ବିକ୍ରି ହେଉଥିବା ଲକ୍ଷ କରାଯାଉଛି। ହୋଲସେଲର ମାନେ ଗଛିତ ରଖିଥିବା ସାମଗ୍ରୀର ଦାମ ବଢ଼େଇ ଚଢ଼ାଦରରେ ବିକ୍ରି କରି ବ୍ୟାପକ ମୁନାଫା କମାଉଛନ୍ତି । କିନ୍ତୁ ଏଥି ପ୍ରତି ଜିଲ୍ଲା ପ୍ରଶାସନର ତିଳେ ମାତ୍ର ନଜର ନାହିଁ। ଯଦି ପ୍ରଶାସନ ବାଲିଗୁଡା ସହରରେ ଥିବା ଏହି ହୋଲସେଲର ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତା ତେବେ ଏଭଳି କଳାବଜାର ହୁଅନ୍ତା ନାହିଁ। ଏଣୁ ପ୍ରଶାସନ ଏପରି ମୁନାଫାଖୋର ବ୍ୟବସାୟୀଙ୍କ ଉପରେ କଡା ନଜର ରଖି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ