ବାଲିଘାଟ ନିଲାମରେ ଅନିୟମିତତା ଅଭିଯୋଗରେ ଧାରଣା 

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ତହସିଲରେ ହୋଇଥିବା ବାଲିଘାଟ ନିଲାମ ପ୍ରକ୍ରୀୟାରେ ଅନିୟମିତତା ଅଭିଯୋଗ କରି ଆଜି ବାଦପଡିଥିବା ନିଲାମଧାରୀଙ୍କ ପକ୍ଷରୁ ତହସିଲ ସମ୍ମୁଖରେ ଅନସନ କରାଯାଇଛି । ଅନସନକାରୀ ସୁବ୍ରତ କୁମାର ସାଙ୍କ ଅଭିଯୋଗ ଅନୁଯାଇ ହାଟଡିହି ତହସିଲପକ୍ଷରୁ ତିନିଗୋଟି ବାଲିଘାଟ ନିଲାମ ପାଇଁ ଚିଠି ନଂ ୫୬୪୦ ତା ୨୫/୮/୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଗୋବିନ୍ଦପୁର ବାଲି ସୈରାତ ଉତ୍ସ ନିଲାମ ପ୍ରକ୍ରୀୟାରେ ତହସିଲ କର୍ତ୍ତୁପକ୍ଷଙ୍କ ବିଜ୍ଞପ୍ତି ଅନୁଯାଇ ସମସ୍ତ ପ୍ରକାର ଦସ୍ତାବିଜ ସହ ଆବେଦନ କରିଥିଲେ । ଉକ୍ତ ବାଲି ସୈରାତ ଉତ୍ସର ନିଲାମ ପ୍ରକ୍ରୀୟା ସେପ୍ଟେମ୍ବର ୨୪ତାରିଖରେ ଘୋଷଣା କରାଯାଇଥିଲା । ଉକ୍ତ ନିଲାମରେ ଗଜେନ୍ଦ୍ର କୁମାର ସାହୁ ଟେଣ୍ଡର ପ୍ରକ୍ରୀୟାରେ ସର୍ବାଗ୍ରେ ଥିବାନେଇ ଘୋଷଣା କରାଯାଇଥିଲା । ସୁବ୍ରତ କୁମାର ସାଙ୍କୁ ଦ୍ୱିତୀୟ ସ୍ଥାନର ଥିବା ଘୋଷଣା କରାଯାଇଥିଲା । କିନ୍ତୁ ଗଜେନ୍ଦ୍ର କୁମାର ସାହୁଙ୍କ ଦସ୍ତାବିଜରେ ୫ନଂ ଦସ୍ତାବିଜ ସଂଲଗ୍ନ କରାଯାଇ ନଥିଲା । ଏହି ୫ନଂ ଦସ୍ତାବିଜରେ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟର ବିବରଣୀ, ତଥା ବୈଶୟିକ ଜ୍ଞାନ ଦକ୍ଷତା, ଉପଲବ୍ଧ ଯନ୍ତ୍ରପାତି, ସ୍ଥାବର ସମ୍ପତ୍ତି, ଆର୍ôଥକ ବ୍ୟବସ୍ଥା ବାଦରେ ତଥ୍ୟ ଦେବାକୁ କୁହାଯାଇଥିଲା । କିନ୍ତୁ ଦ୍ୱିତୟ ସ୍ଥାନରେ ଥିବା ଶ୍ରୀ ସା ସମସ୍ତ ୭ଟି ଯାକର ଦସ୍ତାବିଜ ଦାଖଲ କରିଥିଲେ । ଯାହାକି ପ୍ରଥମ ବିଡର ହୋଇଥିବା ଶ୍ରୀ ସାହୁଙ୍କ ଦରଖାସ୍ତ ଫର୍ମଟି ସମ୍ପୁର୍ଣ୍ଣ ଭୁଲ ଥିବା ନେଇ ଅଭିଯୋଗ କରିଛନ୍ତି । ତେଣୁ ଶ୍ରୀ ସାହୁଙ୍କୁ ଟେଣ୍ଡର ପ୍ରକ୍ରୀୟାରୁ ବାଦ ନଦେଇ ତାଙ୍କୁ ପ୍ରଥମ ବିଡର ଭାବେ ଚୟନ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଦ୍ୱିତୀୟ ବିଡର ସୁବ୍ରତ କୁମାର ସା ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଥିଲେ । ଚଞ୍ଚକତା କରାଯାଇ ଏହି ନିଲାମ କରାଯାଇଥିବା ଅଭିଯୋଗ କରି ଆଜି ସୁବ୍ରତ କୁମାର ସା, ଦିପକ କୁମାର ଜେନା, ଉଦୟନାଥ ସା, ଦିପକ କୁମାର ସା, ସନ୍ତୋଷ କୁମାର ଖୁଣ୍ଟିଆ, ମାନସ କୁମାର ଜେନା, ସ୍ମୃତି ରଞ୍ଜନ ଜେନା, ସୁବାସ ଚନ୍ଦ୍ର ବିଶ୍ୱାଳ, ଅମିତ ସାମଲ, ଅମିୟ ରଞ୍ଜନ ପତି, ସୁଧାକର ସା, ଚନ୍ଦନ ମଲ୍ଲିକ, ସନାତନ ଦାସ, ପଦ୍ମନାଭ ଜେନା, ମଙ୍ଗୁଳି ଜେନା ପ୍ରମୁଖ ତହସିଲ ସମ୍ମୁଖରେ ଅନସନରେ ବସିଛନ୍ତି । ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରେ ନିୟମାନୁଯାଇ ଟେଣ୍ଡର ପ୍ରକ୍ରୀୟା କରାଯାଇଛି ଓ ସବୁ ଠିକ ଅଛି ବୋଲି କହିଛନ୍ତି । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ବିଡର ବିଡରଙ୍କ ମଧ୍ୟରେ ବିବାଦ, ତେଣୁ ଯଦି କିଛି ଅନିୟମିତତା ହୋଇଥିବା ସେମାନେ ଅନୁଭବ କରୁଛନ୍ତି ତେବେ ବିଭିନ୍ନ କୋର୍ଟର ଆଶ୍ରୟ ନେଇ ପାରିବେ । ସେନେଇ ଆମେ କିଛି କରିପାରିବୁ ନାହିଁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ