ବାଲିଛାଇ ଫାଣ୍ଡିର ନୂତନ ଗୃହର ଶୁଭ ଉଦଘାଟନ
ପୋଲସରା , (ମନୋଜ କୁମାର ଘଡେଇ ) : ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଗଂଜାମ ଜିଲ୍ଲା ପୋଲିସର ତତ୍ପରତା ବୃଦ୍ଧି ପାଇବା ସହ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଏକ ନୂତନ ଫାଣ୍ଡି ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଯାହାକି ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଦ୍ଧିବଦ୍ଦ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ନୂତନ ଫାଣ୍ଡି ଗୃହର ଶୁଭ ଉଦଘାଟନ କରିଥିଲେ । ଏପରିକି ସମ୍ମାନୀୟ ଅତିଥି ଭାବେ ଗଂଜାମ ଏସ୍.ପି ବ୍ରିଜେଶ କୁମାର ରାୟ , ଏସ୍.ଡି.ପି.ଓ ଉତ୍କଳ କେଶରୀ ଦାସ, ପୁରୋତ୍ତୋମପୁର ଏସ୍.ଡି.ପି.ଓ ନିମାଇଁ ଚରଣ ସେଠୀ ସମେତ ବହୁ ପ୍ରମୁଖ ପୋଲିସ ଅଧିକାରୀ ଏବଂ ପୋଲିସ କର୍ମଚାରୀ ସହ ବହୁ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ନୂତନ ଫାଣ୍ଡି ଗୃହର ଉଦଘାଟନ କାର୍ଯ୍ୟକ୍ରମ କୁ ସ୍ବାଗତ କରିଥିଲେ । ଏପରିକି ଉଭୟ ଆସିକା ନିର୍ବାଚନ ମଣ୍ଡଳୀ ଓ କବିସୂର୍ଯ୍ୟନଗର ମଣ୍ଡଳୀର ପ୍ରାୟ ୪୭ ଟି ଗାଁର ୧୨ ଟି ପଞ୍ଚାୟତର ଲୋକମାନେ ଏହି ବାଲିଛାଇ ଫାଣ୍ଡି ଉପରେ ନିର୍ଭର କରୁଥିବା ସୂଚନା ପ୍ରକାଶ ପାଇଛି । ଯାହାକୁ ନେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଲେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ହୋଇପାରିବା ଭଳି ବହୁ ସଚେତନତା ବାର୍ତ୍ତା ଦେଇ ଲୋକ ମାନଙ୍କ ମଧ୍ୟରେ ସଚେତନତାର ଏକ ପ୍ରକାରର ଜନସଚେତନତା ସୃଷ୍ଟି କରିଥିଲେ ଗଂଜାମ ଏସ୍.ପି ବ୍ରିଜେଶ କୁମାର ରାୟ ।