ବାଲିଟ୍ରାକ୍ଟର ଜବତ ;ମାମଲା ରୁଜ୍ଜୁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡରିପୋଖରୀ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ବାଲି ବ୍ୟବସାୟ ବଢୁଥିବାବେଳେ ଏହାକୁ ରୋକିବାରେ ପ୍ରଶାସନ ସମ୍ଫୂର୍ଣ୍ଣ ସଫଳ ହୋଇପାରିନାହିଁ । ଥାନା ପକ୍ଷରୁ ବିଭିନ୍ନ ସମୟରେ ଚଢାଉ ଜାରି ରହିଥିବାବେଳେ ରାଜସ୍ୱ ରକ୍ଷା ଦାୟିତ୍ୱରେ ଥିବା ତହସିଲ ବିଭାଗ ଏହା ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ପୁଲିସ ପକ୍ଷରୁ ଆଜି ପେଟ୍ରୋଲିଂ ଚାଲିଥିବାବେଳେ ବୈତରଣୀ ନଦୀ ସ୍ଥିତ ବାଲିପୋଖରୀ ଏସକେପ ଠାରେ ଚଢାଉ ହୋଇଥିଲା । ପୋଲିସ ଗାଡି ଦେଖି ଏକ ବେଆଇନ ବାଲି ନେଇଯାଉଥିବା ଟ୍ରାକ୍ଟର ସେଠାରୁ ଫେରାର ହୋଇଯାଇଥିଲା । ପୁଲିସ ଗାଡିଟିକୁ ଧରି ଥାନାକୁ ଆଣିଥିବାବେଳେ ୪୨/୨୧ରେ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।