ବାଲିପଦରକୁ ସାନିଟାଇଜ କଲେ ଯୁବକ ସଂଘ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରନା ପଜିଟିଭ ସଂଖ୍ୟା ଯଥେଷ୍ଟ ବଢିବା ସହ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ସଂଘ କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ ବାଲିପଦର ଗ୍ରାମର ମୁଖ୍ୟ ସଡକ, ସରକାରୀ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ସାହିକୁ ସାନିଟାଇଜର କରାଯାଇଛି। ଗୋଟିଏ ଟ୍ରାକ୍ଟରରେ ଦୁଇଟି ବଡ଼ ଜାରରେ ବିଶୋଧନ ପାଣି ରଖି ମୋଟର ଓ ଜେନିରେଟର ଦ୍ୱାରା ବିଶୋଧନ ସ୍ପ୍ରେକରି ସାନିଟାଇଜ କରିଥିବା ଦେଖିବାକୁ ମିଳିଛି। ଏଥିସହ କୋଭିଡ ଆଇନକୁ ସମସ୍ତେ ମାନି ଚଳିବ ପାଇଁ ଅନୁରୋଧ କରି ଜନସଚେତନତା ସୃଷ୍ଟି କରିଛନ୍ତି। ଯୁବକ ସଂଘର ଏହି କାର୍ଯ୍ୟକ୍ରମରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ବିଶ୍ଵକର୍ମା ସମାଜ ସାଧାରଣ ସମ୍ପାଦକ ରତ୍ନାକର ମହାରଣା, କୈଳାଶ ପ୍ରଧାନ, ସନ୍ତୋଷ ସେଠୀ, ଯୋଗୀ ବାଡ଼ତ୍ୟା,କାହ୍ନୁ ଚରଣ ବାଡତ୍ୟା ପ୍ରମୁଖ ଉପସ୍ଥିତ ରହି ଯୁବ ସମାଜକୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ