ବାଲିପଦରରେ ନୃତ୍ୟାୟନ ସଙ୍ଗୀତ ଅନୁଷ୍ଠାନ ଉଦଘାଟିତ

ବୁଗୁଡ଼ା,(ଅନିଲ କୁମାର ମହାରଣା) : କଳା, ସାହିତ୍ୟ, ସଂସ୍କୃତିର ପବିତ୍ର ମାଟି ବାଲିପଦର ପ୍ରାଚୀନ କଳିଙ୍ଗ ରାଜ୍ୟର ଏକ ଅନନ୍ୟ ଜନବସତି, ଯାହାକି ଅଞ୍ଚଳର ୧୫୦ଖଣ୍ଡ ଗ୍ରାମର ଅଧିବାସୀଙ୍କୁ ନେଇ ଏହି ପେଣ୍ଠସ୍ଥଳୀ ଘୁମୁସର ଇତିହାସର ଗୈାରବମୟ ସ୍ଥାନ ହୋଇ ରହିଛି ।  ଏହି ପବିତ୍ର ମାଟିରେ ଆଜି ଭଞ୍ଜନଗର ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଏକ ନୃତ୍ୟ, ସଙ୍ଗୀତ ଓ ବାଦ୍ୟର ତାଲିମ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ରବି ନାରାୟଣ ଦାସଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବାଲିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ଜେନା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି ପ୍ରକାଶ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ବୁଗୁଡ଼ାର ବିଶିଷ୍ଟ ସାହିତ୍ୟିକ ତଥା କବି ଅନନ୍ତ କର, ସମ୍ମାନିତ ଅତିଥି ଭାବେ ଜି.ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଦ୍ବିତୀକୃଷ୍ଣ ବିଶ୍ବାଳ, ରତ୍ନାକର ମହାରଣା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।  ନୂତନ ଛାତ୍ରଛାତ୍ରୀମାନେ ସଙ୍ଗୀତ ପରିବେଷଣ କରିଥିବା ବେଳେ ବୁଲୁ ଆଚାରୀ,ଦିବାକର ପରିଡ଼ା, ଶିବଶଙ୍କର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶାନ୍ତି ନାୟକ,ଲତା ଆଚାରୀ, ଶୌମାଶ୍ରୀ ପରିଡା ସଙ୍ଗୀତ ପରିବେଷଣ କରିଥିବା ବେଳେ, ଶେଷରେ ଗୁରୁ ରବିଦାସ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସଙ୍ଗୀତ ଗାନ କରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ