ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୬ ତମ ବାର୍ଷିକ ଉତ୍ସବ

ବୁଗୁଡା ,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୬ ତମ ବାର୍ଷିକ ଉତ୍ସବ ରବିବାର ଦିନ ପବିତ୍ର ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବି ପ୍ରକାଶ ଚନ୍ଦ୍ର ପାତ୍ର ଏଥିରେ ସଭାପତିତ୍ୱ କରିଥିଲେ।ମୁଖ୍ୟବକ୍ତା ଭାବେ ବୁଗୁଡା ତାହାସିଲଦର ସଂଗ୍ରାମ କେଶରୀ ଜେନା, ସମ୍ମାନୀତ ଅତିଥି ଭାବେ ବିଗୁଡା ବିଡ଼ିଓ ତନ୍ମୟ ପାତ୍ର,ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,ଓ ଯୁବ ଶିଳ୍ପଦ୍ୟୋଗୀ ଲକ୍ଷ୍ମୀ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ଜଣେ ସୁନାଗରିକ ହୋଇ ପିତାମାତା ଓ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ସହ ଏକ ଦୁର୍ନୀତି ମୁକ୍ତ ଦେଶ ଗଠନରେ ବ୍ରତୀ ହେବାପାଇଁ ଅତିଥିବୃନ୍ଦ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିଥିମାନେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ବୃନ୍ଦଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ  û

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ