ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା ଉତ୍ସବ
ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇ ଯାଇଛି। ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷର ବିଜ୍ଞାନ ଓ କଳା ବିଭାଗର ଛାତ୍ରଛାତ୍ରୀମାନଙ୍କ ମଶାଲ ଶୋଭାଯାତ୍ରା ପରେ ଶିକ୍ଷାନୁଷ୍ଠାନର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର କ୍ରୀଡା ପତାକା ଉତ୍ତୋଳନ କରି ଶପଥ ପାଠ କରାଇଥିଲେ। ଅତିଥି ଭାବେ ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ଜୟନ୍ତ କୁମାର ହୋତା, ସୁଶାନ୍ତ କୁମାର ପଣ୍ଡା, ବିଭୁତି ଭୂଷଣ ବେବର୍ତ୍ତା, ଡ଼ଃ ଦିଲ୍ଲୀପ କୁମାର ପ୍ରଧାନ, ଭାବଗ୍ରାହୀ ମହାପାତ୍ର ଓ ରମାକାନ୍ତ ରାଉତ ଯୋଗଦେଇଥିଲେ। ଉପସଭାପତି ଜ୍ଞାନଚାନ୍ଦ ଗୌଡ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଇ.ନିଳାଞ୍ଚଳ ପାତ୍ର, କ୍ରୀଡା ଶିକ୍ଷକ ପି. ଗୋପାଳ ପାତ୍ର, ଅଧ୍ୟାପକ ଭାବଗ୍ରାହୀ ପଣ୍ଡା, ସଂଜୟ କୁମାର ବିଷୋୟୀ, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ପ୍ରଦ୍ୟୁମ୍ନ କୁମାର ପାଢୀ କ୍ରୀଡା ପରିଚାଳନା କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


