ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ସ୍ବନକ୍ଷେତ୍ର ଦିବସ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ୧୯୯୩ ଅଗଷ୍ଟ ୧୨ ତାରିଖ ଦିନ ତିରିଶି ବର୍ଷରେ ପଦାର୍ପଣ କରି ଅଞ୍ଚଳର ଉଚ୍ଚ ଶିକ୍ଷାର ବିକାଶରେ ସହାୟକ ହୋଇପାରିଛି।ଉଦ୍ୟୋକ୍ତାମାନଙ୍କ ଲକ୍ଷ୍ଯ ପୁରଣରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ କର୍ମ ତପ୍ତରତା ଯୋଗୁ ଅନୁଷ୍ଠାନ ଅଞ୍ଚଳ ବାସୀଙ୍କ ବିଶ୍ବାସ ଭାଜନ ହୋଇପାରିଛି। ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ମହାବିଦ୍ୟାଳୟର ନାମ ପରିବର୍ତ୍ତନ ହୋଇ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ନାମରେ ପରିଣତ ହୋଇଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ବୃନ୍ଦ, ଅବିଭାବକ ବୃନ୍ଦ, ଅଧ୍ୟାପକ-ଅଧ୍ୟାପିକା ବୃନ୍ଦ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ଜି.ରାଜେଶ୍ବର ପାତ୍ର, ଖଲି ପରିଡ଼ା ଓ କୈଳାଶ ଚନ୍ଦ୍ର ପ୍ରଧାନ , ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାସ, ଡକ୍ଟର ଶିଶିର କୁମାର ନାୟକ ଡକ୍ଟର ଏ.ଜିତେଶ ରାଓ ଦୋରା, ଗୋପିନାଥ ମହାନ୍ତି, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନର ବିକାଶ ଘଟିଲେ ସେମାନେ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ସଂଜୟ କୁମାର ପାତ୍ର, ସଞ୍ଜୟ କୁମାର ବିଷୋୟୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଜ୍ଞାନ ଚାନ୍ଦ ଗୌଡ଼, ରଶ୍ମି ରଞ୍ଜନ ତ୍ରିପାଠୀ,ଏ.ମଦୁରାଜୁ ଦୋରା, ରମାକାନ୍ତ ରାଉତ, ସିମାଞ୍ଚଳ ଗୌଡ, ଭଞ୍ଜ କିଶୋର ଗୌଡ, ମହେଶ୍ୱର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ