ବାଲିପଦର ହାଇ ସ୍କୁଲରେ ପୋଷାକ ବିତରଣ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ହାଇ ସ୍କୁଲରେ ବାଲିପଦର ହାଇସ୍କୁଲରେ ରାଜ୍ଯ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ଚଳିତ ବର୍ଷ ଶିକ୍ଷକ-ଅବିଭାବକ ସମ୍ମିଳନୀ ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳାଞ୍ଚଳ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସଏମସି ସଭାପତି ଟୁନାଗୌଡ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ବାଲିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗିରିଧାରୀ ସ୍ବାଇଁ, ସମାଜସେବୀ ଖଲି ପରିଡା, କୈଳାଶ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ରିୟ ଗୌଡ଼ ପ୍ରମୁଖ ଯୋଗଦେଇ ସରକାରଙ୍କ ମୋ ଡାଇରୀ ଓ ଶିକ୍ଷଣ ସାମଗ୍ରୀର ବ୍ୟବହାର, ହାଉସ୍ ପ୍ରକ୍ରିୟାର ସୁବିନିଯୋଗ ଓ ପୋଷାକ ବିତରଣର ସୁଫଳ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ବୃନ୍ଦ ସରକାରଙ୍କ ଠାରୁ ସମସ୍ତ ସୁବିଧା ପାଉଥିବା ବେଳେ ପାଠ ପଢ଼ାରେ ମନ ଦେବାପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ ଅବିଭାବକ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ