ବାଲିପୋଖରୀରେ ପଞ୍ଚାୟତ ପକ୍ଷରୁ କଂଗ୍ରେସର ବନ୍ଧୁମିଳନ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତ ପକ୍ଷରୁ ପରମାନନ୍ଦପୁର ଠାରେ କଂଗ୍ରେସର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତ କଂଗ୍ରେସ କର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାଛଡା ରାଜ୍ୟ ଓ ଦେଶର ସ୍ଥିତି ନେଇ ଶ୍ରୀ ପଟ୍ଟନାୟକ ବିଭିନ୍ନ ଆଲୋଚନା କରିଥିବାବେଳେ କଂଗ୍ରେସ ହିଁ ଲୋକଙ୍କ ବିଶ୍ୱାସର ଦଳ ହୋଇ ରହିବ ବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ । ସେହିଭଳି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ଆଇନଜିବୀ ରବିନ୍ଦ୍ର କୁମାର ରାୟ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଘଡାଇ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ନରନାରାୟଣ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କଂଗ୍ରେସ କର୍ମୀ ଏବେ ଠାରୁ ଅଣ୍ଟ ଭିଡିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ବେହେରା, ନାରାୟଣ ଚନ୍ଦ୍ର ଘଡାଇ, ଶଶିକାନ୍ତ ମିଶ୍ର, ଅଜୟ ସାହୁ, ସନ୍ତୋଷ ମହାପାତ୍ର, ମହେଶ୍ୱର ଦାସ, ମନୋଜ ନାୟକ, ରମେଶ ଭାରତୀ,ନାରୀନେତ୍ରୀ ସବିତା ଚନ୍ଦ, ଇଂ ସରୋଜ କୁମାର ଜେନା, ବେଣୁଧର ସାହୁ, ସରପଞ୍ଚ ବିଜୟ ସ୍ୱାଇଁ, ଅମୂଲ୍ୟ ମହାନ୍ତି, ବସନ୍ତ ତ୍ରିପାଠୀ ପ୍ରମୁଖ କଂଗ୍ରେସ ସଂଗଠନ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ । ବାଲିପୋଖରୀ ପଞ୍ଚାୟତ ସମେତ ରହଣିଆ, ମାଳଦା, ନପଙ୍ଗ, ରଣଜିତ ପଞ୍ଚାୟତ କଂଗ୍ରେସ କର୍ମୀମାନେ ଏଥିରେ ଉପସ୍ଥିତ ଥିଲେ । ଯୁବ କଂଗ୍ରେସ ନେତା ଅକ୍ଷୟ ତ୍ରିପାଠୀ ଅତିଥିପରିଚୟ, ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା କଂଗ୍ରେସକର୍ମୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ