ବାଲିବରେଇରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ପୁର୍ବତନ ବିଡିଓ ବିନିତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଳ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ପ୍ରମୁଖ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ଡାକ୍ତର ସଞ୍ଜୟ କୁମାର ବେହେରା, ଡାକ୍ତର ଉଦୟ ଭାସ୍କର ପଣ୍ଡା, ଡାକ୍ତର ଧର୍ମରାଜ ନାଗ, ନିହାର ରଞ୍ଜନ ରଥ, ମାନସ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ୩୩୧ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତୀମା ଦଣ୍ଡପାଟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ଶ୍ରୀ ସିଂ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିବାବେଳେ ଏସ. ପ୍ରତିକ ଆନନ୍ଦ, ରାଜେଶ ସାହୁ, ଜିତେନ୍ଦ୍ର ଜେନା, ମହେଶ୍ୱର ସାହୁ, ଅମୀୟ ମାଝୀ, ଅମୁଲ୍ୟ ପହି, ମଧୁସ୍ମୀତା ମହାନ୍ତି, ବିନୟ ମଲ୍ଲିକ, ପ୍ରତାପ କୁମାର ବୈଠା, ସୁବ୍ରତ ନାୟକ, ପ୍ରଶାନ୍ତ ସେଠୀ, ରାଜୀବ କୁମାର ଦାସ, ଗଣେଶ୍ୱର ସାହୁ, ବଳରାମ ମଲ୍ଲିକ, ରଞ୍ଜନ କୁମାର ମଲ୍ଲିକ, ବିଷ୍ଣୁ ସାହୁ, ଜୀବନ ରାଉତ, ସତ୍ୟେନ୍ଦ୍ର ପାଗଳଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ମାନେ ଶିବର ପରିଚାଳନାରେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ