ବାଲିବରେଇ କ୍ଲଷ୍ଟର ପକ୍ଷରୁ ଶିକ୍ଷକନେତା ବିଜୟ ଜେନାଙ୍କୁ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ ) : ବାଲିବରେଇ ସାଧନକେନ୍ଦ୍ର ପକ୍ଷରୁ ରାମକୃଷ୍ଣପୁର ବିଦ୍ୟାଳୟର ପୁର୍ବତନ କୃତି ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ବିଜୟ କୁମାର ଜେନାଙ୍କୁ ିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଠାକୁରପାଟଣା ବିଦ୍ୟାଳୟ ପରିସରରେ ନିତ୍ୟାନନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଏବିଇଓ ଧନେଶ୍ୱର ଖଣ୍ଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ଜନୋ ଖାଲି ଜଣେ କୃତ୍ତି ଶିକ୍ଷକ ନଥିଲେ ସେ ଏକାଧାରରେ ଜଣେ ଦକ୍ଷ ସଂଗଠକ ଓ ସମାଜସେବୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଏବିିଓ ଶ୍ରୀଯୁକ୍ତ ଖଣ୍ଡେଇ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ମୋହନ କୁମାର ମହାନ୍ତି, ଗୟାଧର ମିଶ୍ର, ଓ ସାଧନକେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ବରିଷ୍ଠ ଶିକ୍ଷକ ମୋହନ ମହାନ୍ତି ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷକ ବିଶ୍ୱଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଜେନା ସାଧନକେନ୍ଦ୍ର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ