ବାଲିବରେଇ ପଞ୍ଚାୟତରେ ଆରମ୍ଭ ହେଲା ଚାଉଳ ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଆଜିଠାରୁ ରେସନକାର୍ଡରେ ଚାଉଳ ବଣ୍ଟନ ଆରମ୍ଭ କରାଯାଇଛି । ଗତ ଦୁଇମାସ ହେଲା ଏଠାରେ ହିତାଧିକାରୀଙ୍କୁ ଚାଉଳ ଦିଆଯାଉ ନଥିଲା । ଯାହାକୁନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନ କରିବାଲାଗି ଚେତାବନୀ ଦେବାପରେ ଆଜି ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କ ଉପସ୍ଥିତିରେ ପିଇଓ ନରହରି ନାୟକ, ଜିଆରଏସ ପୁଣ୍ଣେନ୍ଦୁ କୁମାର ଥାଟୋଇ ପ୍ରମୁଖ ଉପସସ୍ଥିତ ରହି ହିତାଧିକାରୀଙ୍କୁ ଦୁଇ ମାସର ମାଗଣା ଚାଉଳ ଓ ଦୁଇ ମାସର ଟଙ୍କିକିଆ ଚାଉଳ ବଣ୍ଟନ କରିଛନ୍ତି । ସେହିପରି ସରପଞ୍ଚ ହରପ୍ରୀୟା ଦଣ୍ଡପାଟଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସମାଜସେବୀ ଦୁର୍ଗାପ୍ରସାଦ ଆୟଚ, ଅଜୟ ଘଡେଇ, ପୁର୍ବତନ ସମିତିସଭ୍ୟ ଗୌରାଙ୍ଗ ଚରଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ