ବାଲିବୋଝଇ ଟ୍ରକ ମାଡିଲା; ଅଳ୍ପକେ ବର୍ତ୍ତିଲେ ନାବାଳକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବୁଧବାର ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ଚାଇଁପୁର ଛକ ଠାରେ ଏକ ବାଲିବୋଝେଇ ଟ୍ରକ୍ ମାଡି ଆସିବାରୁ ରାସ୍ତା ପାଶ୍ୱର୍ରେ ସାଇକେଲରେ ଯାଉଥିବା ଜଣେ ନାବାଳକ ଜଣକ ଜୀବନ ବଞ୍ଚାଇାବକୁ ଯାଇ ସାଇକେଲରୁ ନୟନଜୋରୀକୁ ଡେଇଁ ପଡିଥିଲେ । ଦୁର୍ଘଟଣାରେ ଏକ ଷଣ୍ଢ ଆହତ ହୋଇଥିବା ବେଳେ ସାଇକେଲଟି ନଷ୍ଟ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ପୂବାହ୍ନ ୧୦ଟା ବେଳେ ଚାଇଁପୁର ଗ୍ରାମର ଉମକାନ୍ତ ମହାପାତ୍ରଙ୍କ ପୁଅ ମିଲନ(୧୫) ଏକ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଆନନ୍ଦପୁର ରୁ ( ଓଡି-୨୨ଏଲ୍‌-୭୨୫୫) ନମ୍ବର ବିଶିଷ୍ଟ ବାଲିବୋଝେଇ ଟ୍ରକଟି ଭଦ୍ରକ ଆଡକୁ ଯାଉଥିବା ବେଳେ ରାସ୍ତାର ସମ୍ମୁଖ ଭାଗରେ ଏକ ଷଣ୍ଢକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ମାଡି ଆସିଥିଲା । ଫଳରେ ସାଇକେଲରେ ଯାଉଥିବା ନାବାଳକ ଜଣକ ଜୀବନ ବିକଳେ ସାଇକେଲକୁ ଛାଡି ନୟନଜୋରୀକୁ ଡେଇଁ ପଡିଥିଲେ । ଦୁର୍ଘଟଣାରେ ଷଣ୍ଡଟି ଗୁରୁତର ଆହତ ହୋଇଥିବା ବେଳେ ସାଇକେଲଟି ନଷ୍ଟ ହୋଇଥିବା ଜଣାଯାଇଛି । ଖବର ପାଇ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ଟ୍ରକଟିକୁ ଜବତ କରିଥିବା ଜଣାଯାଇଛି । ଅପରପକ୍ଷେ ଉକ୍ତ ରାଜପଥରେ ଦୈନନ୍ଦିନ ବେଆଇନ ବାଲି ବୋଝେଇ ଭାରୀଯାନ ଗୁଡିକ ଯାତାୟତ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ