ବାଲିବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସାଳନ୍ଦୀ ନଦୀରୁ ବେଆଇନ ବାଲି ବୋଝେଇ କରି ଯାଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ସୋସୋ ରାଜସ୍ୱ ନିରୀକ୍ଷକ ଓ ସୋସୋ ପୁଲିସ ଜବତ କରିଛନ୍ତି । ଖବରରୁ ଜଣାଯାଇଛି ଯେ ସାଳନ୍ଦୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଗତକାଲି ଏକ ନମ୍ବର ବିହୀନ ଟ୍ରାକ୍ଟର ନିଉଦାନୀ ଘାଟରୁ ବାଲିବୋଝେଇ କରି ଆସୁଥିବା ଖବରପାଇ ସୋସୋ ରାଜସ୍ୱ ନିରୀକ୍ଷକ ଓ ସୋସୋ ପୁଲିସ ତାହାକୁ ଜବଦ କରିଥିଲେ । ଟ୍ରାକ୍ଟର ଚାଳକ ରାଜସ୍ୱ ନିରୀକ୍ଷକ ଓ ପୁଲିସକୁ ଗାଳିଗୁଲଜ କରିବା ସହିତ ଟ୍ରାକ୍ଟର ଚଢ଼ାଇ ମାରିଦେବାକୁ ଧମକ ଦେଇଥିଲା । ଏନେଇ ସୋସୋ ପୁଲିସ ଟ୍ରାକ୍ଟରକୁ ଜବତକରି ଥାନାରେ ରଖିଥିବାବେଳେ ଟ୍ରାକ୍ଟର ଚାଳକ ମଦନ ମୋହନ ବେହେରାକୁ ଗିରଫ କରିଥିବାବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ