ବାଲିବୋଝେଇ ଡମ୍ପରରୁ ଜୋରିମାନା ଆଦାୟ କଲା ଖଣି ବିଭାଗ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଖଣି ବିଭାଗର ଅଚାନକ ଚଢ଼ାଉ ସମ୍ପର୍କରେ ଜାଣି ଯାୁଛନ୍ତି ବାଲି ମାଫିଆ । ଫଳରେ ଖଣି ଅଧିକାରୀଙ୍କ ଚଢ଼ାଉ ପୁର୍ବରୁ ସମସ୍ତେ ହୋଇଯାୁଛନ୍ତି ସତର୍କ । ତେଣୁ ଖଣି ବିଭାଗର ଚଢ଼ାଉ କେବଳ ଲୋକଦେଖାଣିଆ ବୋଲି ଚର୍ଚ୍ଚା ହେଉଛି । କେନ୍ଦୁଝର ଜିଲ୍ଲା ଖଣି ବିଭାଗର ଯୁଗ୍ମ ନିଦେ୍ର୍ଦଶିକା ଆଜି ହାଟଡିହି ଆନନ୍ଦପୁର – ଭଦ୍ରକ ରାସ୍ତାର ଛେନାପଦି ଛକ ନିକଟରେ ଏକ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବଦ କରିଥିଲେ । ଗାଡି ଜବଦ ବେଳେ ଗାଡି ଚାଳକଙ୍କ ନିକଟରେ ବାଲି ପରିବହନ ସମ୍ପର୍କିତ କୌଣସି କାଗଜ ପତ୍ର ନଥିବା ଜଣାପଡିଥିଲା । ଫଳରେ ଗାଡିକୁ ଦୀର୍ଘ ସମୟ ଧରି ସେଠାରେ ଅଟକାଇ ରଖା ଯାଇଥିଲା । ଗାଡିରୁ ଜୋରିମାନା ଆଦାୟ କରାଗଲା କି ସେଇମିତି ଛାଡି ଦିଆଗଲା ସେନେଇ କୌଣସି ସୁଚନା ବିଭାଗ ଦେଇନାହିଁ । ଖଣି ବିଭାଗର ଅଧିକାରୀ ଙ୍କୁ ଏ ସମ୍ପର୍କରେ ପଚାରିବା ବେଳକୁ ଏନେଇ କୌଣସି ସୁଚନା ଦେବାକୁ ହାତ ହଲାଇ ମନା କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଖି ସେ ତାଙ୍କ ଗାଡିର କାଚ ବନ୍ଦକରି ତୁରନ୍ତ ସେ ସ୍ଥାନ ଛାଡି ପଳାଇଥିଲେ । ତେଣୁ କେତେ ଟଙ୍କା ଜୋରିମାନା ଆଦାୟ ହେଲା ତାହା ସଠିକ ଜଣାପଡି ନଥିଲା । ଅନ୍ୟପକ୍ଷରେ ପ୍ରତିଦିନ ଶହଶହ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ହାଇୱା ସବୁ ଏହି ରାସ୍ତାଦେଇ ବେଆଇନି ବାଲି ପରିବହନ କରୁଥିବାବେଳେ ଆଜି ଖଣି ବିଭାଗର ଅଧିକାରୀ ମାନେ ହାଟଡିହି ଅଞ୍ଚଳକୁ ଆସୁଥିବା ବାଲି ମାଫିଆମାନେ ପୁର୍ବରୁ ସୁଚନା ପାଇଯାଇଥିଲେ । ତେଣୁ ଆଜି କୌଣସି ଗାଡିକୁ ଲୋଡିଂ ଦେଇ ନଥିଲେ । ଖଣି ବିଭାଗର ଅଧିକାରୀଙ୍କ ଗ୍ରସ୍ଥ ସମ୍ପର୍କରେ ପୁର୍ବରୁ ବାଲି ମାଫିଆ ମାନେ କିପରି ସୁଚନା ପାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନ୍ଦୁଝରରେ ଅଫିସ ଥିବାବେଳେ ୧୩୦ରୁ ୧୫୦ କିଲୋମିଟର ଦୁରରେ ବାଲିଘାଟ, ମୋରମ ଖଣି ଖାଦାନ ଗୁଡିକ ଥିବାରୁ ଲଘୁ ଖଣିଜ ଦ୍ରବ୍ୟର ବେଆଇନ କାରବାର ରୋକିବା ସମ୍ଭବପର ନୁହେଁ ବୋଲି କୁହାଯାଉଛି । ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆନନ୍ଦପୁର କିମ୍ବା ହାଟଡିହିରେ କାର୍ଯ୍ୟାଳୟ ଖୋଲି ବେଆଇନ ଲଘୁ ଖଣିଜ କାରକାରକୁ ବନ୍ଦ କରିବା ପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ