ବାଲିବୋଝେଇ ହାଇୱା ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଚାଳକ
ହାଟଡ଼ିହି, : ଆନନ୍ଦପୁର ଭଦ୍ରକ ରାସ୍ତାରେ ଏବେ ବହୁ ପରିମାଣର ଭାରିଯାନ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଅନେକ ଧନଜୀବନ ହାନୀ ଘଟୁଛି । ବିୋଷକରି ବାଲିବୋଝେଇ ହାଇୱା ଗୁଡିକ ବେପରୁଆ ଭାବେ ଯାତାୟତ କରୁଥିବାରୁ ଦୁର୍ଘଟଣାମାନ ବୃଦ୍ଧି ପାଊଛି । ଓଆର୨୩ଡି ୧୮୦୧ ନମ୍ବର ବିଶିଷ୍ଟ ଏକ ବାଲିବୋଝେଇ ହାଇୱା ଟ୍ରକ ଆନନ୍ଦପୁର ପଟୁ ଭଦ୍ରକ ଆଡକୁ ଦ୍ରୁତଗତିରେ ଯାଉଥିବାବେଳେ ବେତିରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡିଚାଳକ ଜଣକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।