ବାଲିମେଳାରେ ଅବକାରୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଟାଉନ ହଲ ପରିସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ତତ୍ୱାବଧାନରେ ବାଲିମେଳା ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ସେବନ ଓ ଅପ ମିଶ୍ରିତ ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଲିମେଳା ଅବକାରୀ ବିଭାଗର ଓଆଇସି ରମେଶ ଚନ୍ଦ୍ର ସାହୁକାର ଏବଂ ନୂତନ ଭାବେ ବାଲିମେଳା ଅବକାରୀ ବିଭାଗର ଓଆଇସି ଭାବେ ଦାଇତ୍ୱ ଗ୍ରହଣ କରିଥିବା ବ୍ରଜ ବିହାରୀ ନାୟକ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଟଙ୍କଧର ଭୋଇ, ସମ୍ମାନିତ ଅତିଥି ଭାବେ ଏମ.ଭି.ଆଇ ଜେ.ପି କୁଲୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଗାଡି ଚାଳକ ସଂଘର କର୍ମକର୍ତ୍ତା ଏବଂ ଶତାଧିକ ଗାଡି ଚାଳକ ମାନେ ଉପସ୍ଥିତ ଥିଲେ। ବାଲିମେଳା ଅବକାରୀ ବିଭାଗର ଏଏସଆଇ ରାମ ଚନ୍ଦ୍ର ହନ୍ତାଳଙ୍କ ସମେତ କନେଷ୍ଟବଳ ସରିତା ନାୟକ, ପଣ୍ଡା ନାଗେଶ, ଚନ୍ଦ୍ରକାନ୍ତ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ମେ ମାସ ୩୧ ତାରିଖ ଠାରୁ ଜୁନ ୨୭ ତାରିଖ ପଯ୍ୟନ୍ତ ସାରା ରାଜ୍ୟରେ ନିଶା ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଛି। ଯାହା ଫଳରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପାଳନ କରାଯାଉଥିବା ଅବକାରୀ ଅଧିକାରୀ ଶ୍ରୀ ସାହୁ ଏବଂ ଶ୍ରୀ ନାୟକ ସୂଚନା ଦେଇଥିଲେ। ଏବଂ କହିଥିଲେ ଯେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କର ସହ ଯୋଗୀତାକୁ ପ୍ରାଥମିକତା ଦିଆଯିବ। ସେ ଆହୁରି କହିଥିଲେ ଯେ,ଯଦି ଆମର ସମୂହ ଯୁବ ସମ୍ବଳ ନିଶାଦ୍ରବ୍ୟ ସେବନରେ ଗ୍ରସିତ ରୁହନ୍ତି ତେବେ ମାନବ ମୂଲ୍ୟର ଅବକ୍ଷୟ ହେବା ସହ ଯୁବ ସମ୍ବଳର ବିକାଶ ଓ ଦେଶର ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଏଥିପାଇଁ ବର୍ତ୍ତମାନ ସମୟ ଆସିଯାଇଛି ଏ ଦିଗରେ ସମସ୍ତଙ୍କୁ ସଚେତନ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ ସେବନରୁ ଦୁରେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ବୋଲି ମତ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ