ବାଲିମେଳା ଠାରେ ଶ୍ରୀ ରାମନବମୀ ମହା ସମାରୋହରେ ପାଳିତ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର) : ମାଲକାନଗିରି ଜିଲ୍ଲାର ବାଲିମେଳା ଠାରେ ଯୁଗ ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପବିତ୍ର ଜନ୍ମୋତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଚୈତ୍ର ମାସ ଶୁକ୍ଳ ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କର ଜନ୍ମୋତ୍ସବ ଆଜି ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଲା ରାମ ନାମର ଗୁଞ୍ଜରଣରେ ମନ୍ତ୍ର ମୁଗ୍ଧ ହୋଇଥିବା ବେଳେ ବାଲିମେଳାରେ ମଧ୍ଯ ବଡ ଧୁମ୍ ଧାମରେ ଏହା ପାଳିତ ହୋଇଛି। ବାଲିମେଳାର ସହରର ସମସ୍ତ ବ୍ୟବସାୟିକ ସଂଗଠନ, ଧାର୍ମିକ ଅନୁଷ୍ଠାନ ବିଶ୍ଵ ହିନ୍ଦୁ ପରିଷଦ , ଯୁବ ବଜରଙ୍ଗି ସଂଘ ଓ ଶ୍ରୀ ରାମ ନବମୀ ପୂଜା କମିଟି ପକ୍ଷରୁ ହଜାର , ହଜାର ଭକ୍ତଙ୍କୁ ନେଇ ବିରାଟ ଶୋଭାଯାତ୍ରା ସହ ନାରୀମାନେ ବଜାର ନଦୀରୁ ପାଣି ନେଇ ବିରାଟ କଳସ ଯାତ୍ରା ବାହାରିଥିଲା। ଅବାଳ ବୃଦ୍ଧ ବନିତା ସମସ୍ତେ ଶ୍ରଦ୍ଧା ସହକାରେ ଏହି ଶୋଭା ଯାତ୍ରାରେ ଯୋଗ ଦେଇ ଡ୍ରଗ ଲାଇନ ଓ କାଳିଛକ ମଧ୍ୟ ଭାଗ ଦେଇ ଭ୍ରମଣ କରିଥିଲେ। କିଶୋର, କିଶୋରୀ ମାନଙ୍କୁ ନେଇ ପ୍ରଭୁ ରାମ, ମାତା ସୀତା, ଭାଇ ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କର ବେଶରେ ଦେଖିବାକୁ ବିଶେଷ ଲୋଭନୀୟ ଓ ମନ ମୁଗ୍ଧକର ଥିଲା । ଯାହା ଫଳରେ ବାଲିମେଳା ପୁରା ଗେରୁଆମୟ ଦେଖା ଯାଉଥିଲା ଯଦ୍ୱାରା ଶୋଭା ଯାତ୍ରାର ମାନ ବଢ଼ାଇବା ସହ ଜନ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବାର ଦେଖା ଯାଇଥିଲା ।ବାଲିମେଳା ପୋଲିସ ସହଯୋଗରେ ଏହା ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଥିବା ଯୋଗୁ ବାଲିମେଳା ଗ୍ରାମବାସୀ ପୋଲିସ୍ ଅଧିକାରୀ ଧିରେନ୍ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ