ବାଲିଯାତ୍ରାରେ ଗାଡ଼ି ଚୋରି ଥାନାରେ ଏତଲା

ନବରଙ୍ଗପୁର,(ୱାଇଏନଏସ): ନପାପଡାହାଣ୍ଡି ଥାନା ଅଧୀନ ମନ୍ତ୍ରୀଗୁଡା ଗାଁରେ ବାଲିଯାତ୍ରାରେ ବାଇକ ଚୋରି ଅଭିଯୋଗ। ସୂଚନା ଅନୁସାରେ ଶୁକ୍ରବାର ଦିନ ମନ୍ତ୍ରୀଗୁଡା ଠାରେ ବାଲିଯାତ୍ରା ଉଦଯାପନ ସମାରୋହ ରହିଥିଲା । ଅମଲାଭଟ୍ଟା ପଂଚାୟତ ଡେଙ୍ଗାଗୁଡା ଗାଁର ପଙ୍କଜ ବିଷୋୟୀ ବାଲିଯାତ୍ରା ଦେଖିବା ପାଇଁ ଯାଇ ନିଜ ଭଉଣୀ ଘରେ ରହିଥିଲେ ।ରାତିରେ ଭଉଣୀ ଘରେ ଗାଡି ରଖି ଖାଇସାରିବା ଶୋଇଥିଲେ ସକାଳୁ ଦେଖିଲା ବେଳକୁ ତାଙ୍କର ସ୍ପେଲେଣ୍ଡର ପ୍ଲସ (ଓଡି୨୪କେ ୦୬୪୦ ) ବାଇକ ଟି ନଥିଲା। ବହୁ ଖୋଜାଖୋଜି ପରେ ଗାଡ଼ି ନମିଳିବାରୁ ପାପଡାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପଙ୍କଜ ଗୋଟେ ବର୍ଷ ହବ ଲୋନ୍ କରି ଗାଡ଼ିଟି କିଣିଥିଲେ । ଥାନା ଅଧିକାରୀ ଦୀପକ କୁମାର ଜେନା ଏକ ମାମଲା ରୁଜୁ କରି ଅଭିଯୋଗ ଆଧାର ରେ ତଦନ୍ତ କରିବୁ ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ