ବାଲିଯାତ୍ରା ମହୋତ୍ସବର ଗୋବରୀ ନଦୀର ଅସ୍ଥାୟୀ ପୋଲକୁ ପୁଲିସ ଭାଙ୍ଗିଦେଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଞ୍ଚାୟତର ସୁଜାନଗର ଗ୍ରାମର ଗୋବରୀ ନଦୀପଠାରେ ବାଲିଯାତ୍ରାର ଆୟୋଜନ ଚାଲିଛି । ଜିଲ୍ଲାପ୍ରଶାସନ ଏବଂ ଜଳସେଚନ ବିଭାଗର ବିନା ଅନୁମତିରେ ସେହି ମହୋତ୍ସବ ସ୍ଥଳକୁ ଯିବାପାଇଁ ମହୋତ୍ସବ କମିଟି ପକ୍ଷରୁ ଗୋବରୀ ନଦୀ ଉପରେ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଥିଲା । ବାଉଁଶଖୁଣ୍ଟଉପରେ ପଟାପକାଯାଇ ଏହି ପୋଲ ନିର୍ମାଣ କରାଯାଇଥିଲା । ସେହି ପୋଲଟି ବିପଦଜନକ ଅବସ୍ଥାରେ ଥିବାରୁ ଏବଂ ଲୋକଙ୍କ ଭିଡଯୋଗୁ ଭାଙ୍ଗିଯିବାର ଆଶଙ୍କାକରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ସେହି ପୋଲକୁ ଭାଙ୍ଗିଦେବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପୋଲିସକୁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଠାରୁ ନିର୍ଦେଶ ପାଇବା ପରେ ପୋଲିସ ପକ୍ଷରୁ ଗୁରୁବାର ସଂଧ୍ୟାରେ ସେହି ପୋଲଟିକୁ ଭାଙ୍ଗିଦିଆଯିବା ସହିତ ପୋଲର ପଟାଗୁଡିକ ଜବତ କରାଯାଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ପୃଷ୍ଠପୋଷକତାରେ ସେହି ବାଲିଯାତ୍ରା ମହୋତ୍ସବ ଗୋବରୀ ନଦୀପଠାରେ ଅନୁଷ୍ଠିତ ହୋଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ