ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ଓ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ମିଳିତ ଆନୁକୁଲ୍ୟରେ ପ୍ରବାଦ ପୁରୁଷ,କେନ୍ଦ୍ରାପଡାର ନବ ନିର୍ମାତା ପ୍ରାକ୍ତନ ମନ୍ତ୍ରୀ ସୂର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାଲିଯାତ୍ରା ମହୋତ୍ସବ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡାରେ ଯେତେ ଶିକ୍ଷାନୁଷ୍ଟାନ ରହିଛି ସେଥିରେ ଭାଗବତବାବୁଙ୍କ ପ୍ରତ୍ୟେକ୍ଷ ବା ପରୋକ୍ଷ ଅବଦାନ ରହିଛି । ବାଲିଆରେ ସରୋଜବାବୁଙ୍କ ନାମରେ ଡାକ୍ତରଖାନା ପ୍ରତିଷ୍ଠା ଠାରୁ ଆରମ୍ଭକରି ବିଶ୍ୱବ୍ୟାଙ୍କ ପ୍ରକଳ୍ପରେ ଗୋବରୀ କେନାଲର ପୁନରୁଦ୍ଧାର ପର୍ଯ୍ୟନ୍ତ ସବୁଠି ତାଙ୍କର ଯଶ ଭରି ରହିଛି । କେନ୍ଦ୍ରାପଡାରେ ପ୍ରାକ୍ତନ ସାସଂଦ ସୁରେନ୍ଦ୍ର ଦ୍ୱିବେଦୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ତାଙ୍କର ଏକ ପ୍ରସ୍ତାବ ରହିଥିଲା । ମୁଖ୍ୟବକ୍ତା ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଜୟ କୁମାର ରାଉତ ଯୋଗଦେଇ ୯୨ବର୍ଷ ବୟସରେ ସୂର୍ଗତ ଭାଗବତବାବୁଙ୍କ ପରିବର୍ଦ୍ଧିତ ପରିସ୍ଥିତିରେ ସମାଜର ପରିବର୍ତ୍ତନ ପାଇଁ ଯେଉଁ ଚିନ୍ତାଧାରା ଥିଲା ତାହା ଅନ୍ୟ କୈାଣସି ବ୍ୟକ୍ତିଙ୍କ ପାଖରେ ବିରଳ । ସେ ହେଉଛନ୍ତି କେନ୍ଦ୍ରାପଡାର ମୁକୁଟ ବୀହିନ ସମ୍ରାଟ । ଆଇନଜୀବି ହିସାବରେ ତାଙ୍କର ସାରା ଭାରତବର୍ଷରେ ଖ୍ୟାତି ରହିଥିଲା । କୈାଣସି ଜଟିଳ ସମସ୍ୟାର ସମାଧାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ସହଯୋଗ କାମନା କରୁଥିଲେ । ଭାଗଚାଷୀ ଆନ୍ଦୋଳନ ଠାରୁ ଆରମ୍ଭକରି ସମାଜର ନିମ୍ନସ୍ତରର ଲୋକଙ୍କ ସେବା ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ସେ ଅଙ୍ଗିକାର ବଦ୍ଧ ଥିଲେ । ଶିକ୍ଷା,ସାମାଜିକ ଓ ଆର୍ôଥକ କ୍ଷେତ୍ରରେ କେନ୍ଦ୍ରାପଡାକୁ ଆଗେଇନେବାକୁ ତାଙ୍କର ପ୍ରତିବଦ୍ଧତା ଥିଲା । ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଭାବରେ ସେ ସଂସ୍କାର ମୁଳକ ପଦକ୍ଷେପ ନେଇଥିଲେ । କେନ୍ଦ୍ରାପଡା କଲେଜ,ତୁଳସୀ ମହିଳା କଲେଜ,ନବୋଦ୍ୱୟ ବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ,ଆୟବା ସରକାରୀ ବିଜ୍ଞାନ କଲେଜ,ଅର୍ବାନ ବ୍ୟାଙ୍କ,ଦୀନବନ୍ଧୁ ସାହୁ ଆଇନ କଲେଜ,ବଳଦେବଜୀଉ ଶିକ୍ଷା କଲେଜ ପ୍ରତିଷ୍ଠା କରି ହଜାର ହଜାର ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ କେନ୍ଦ୍ରାପଡାକୁ ରେଳ ସଂଯୋଗ,ଜିଲ୍ଲା ପ୍ରତିଷ୍ଠା ପ୍ରଭୃତିରେ ତାଙ୍କର ବିଶେଷ ଅବଦାନ ରହିଥିଲା ବୋଲି ଅଧ୍ୟାପକ ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଯାତ୍ରା କମିଟି ସମ୍ପାଦକ ସଞ୍ଜୟ କୁମାର ଜେନା, ଆଇନଜୀବି ଆଶୁତୋଷ ମହାନ୍ତି, ରମଣୀରଞ୍ଜନ ରାଉତରାୟ, ରାମକୃଷ୍ଣ ଦାଶ, ଅବିନାଶ ଚୈାଧୁରୀ, ଶୁଭାଂଶୁ କୁମାର ଦାସ, ସାମ୍ବାଦିକ ଆଶିଷ ସେନାପତି, ଚିତରଞ୍ଜନ ଦାସ, ହୃଷିକେଶ ମହାପାତ୍ର, କିଶୋର ପ୍ରଧାନ, ଧିରେନ୍ଦ୍ର କୁମାର ଦାସ, ଶେଷଦେବ ଦାସ, ପୀତବାସ ବେହେରା, ଅଶୋକ କୁମାର ସାହୁ, ଅକ୍ଷୟ ବେହେରା, ତୃପ୍ତିମୟୀ ଜେନା, ସଶ୍ମିତା ବେହେରା, ଅମର ବିଶ୍ୱାଳ ପ୍ରମୁଖ ସୂର୍ଗତ ମହାନ୍ତିଙ୍କ ଜୀବନାଦର୍ଶ ଓ କେନ୍ଦ୍ରାପଡା ପ୍ରତି ତାଙ୍କର ଅବଦାନ ସଂପର୍କରେ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂର୍ଗତ ମହାନ୍ତିଙ୍କ ଜୀବନୀ ଉପରେ ଏକ ସ୍ମରଣିକା ପ୍ରକାଶ କରିବାକୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଶ୍ରୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।