ବାଲିସିରାରେ ତ୍ରିନାଥ ମେଳା ମଣ୍ଡପର ପ୍ରତିଷ୍ଠା ମହୋତ୍ସବ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମରେ ପୂଜା ପାଉଥିବା ମହାପ୍ରଭୂ ତ୍ରିନାଥ ଦେବଙ୍କ ମେଳା ମଣ୍ଡପର ତୃତୀୟ ପ୍ରତିଷ୍ଠା ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ବାଲିସିରା ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମ ଅବସରରେ ମହାପ୍ରଭୂ ତ୍ରିନାଥଦେବଙ୍କୁ ରୀତିନୀତି ତଥା ବିଧିବିଧାନ ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବାଲିସିରା ଗ୍ରାମର ତ୍ରିନାଥ ମେଳା ମଣ୍ଡପ ନିକଟରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘର ସଭାପତି ନିଳାଞ୍ଚଳ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭା ସମ୍ମାନ ସମାରୋହରେ ମୁଖ୍ୟ ଅତିଥି ରୂପେ ସରପଂଚ ଦୈତାରୀ ବେହେରା, ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍‍ ବିଜୟ କୁମାର ସ୍ୱାଇଁ ଦୟାନିଧି ମହାରଣା, ସିଦ୍ଧେଶ୍ୱର ବଣିକ ସଂଘର ସଂପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ସଂଯୋଜକ ନିଳାଦ୍ରୀ ସ୍ୱାଇଁ, ଉପଦେଷ୍ଟା ରାମହରି ସ୍ୱାଇଁ, ଉପସଭାପତି କାହ୍ନୁଚରଣ ନାୟକ, ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ପଟ୍ଟନାୟକ, ଟୁକୁନା ନାହାକ, ସୁମନ୍ତ ଦାଶ, ଅରୁଣ ପାତ୍ର, ପଂଚାନନ ପ୍ରଧାନ, କ୍ରିଷ୍ଣା ମୁନି, ବିଷ୍ଣୁ ଡାକୁଆ ପ୍ରମୁଖ ଯୋଗଦେଇ ଐତିହ୍ୟ, ସଂସ୍କୃତି ସଂପନ୍ନ ଓ ଭାଇଚାରାର ଗ୍ରାମ ବାଲିସିରାରେ ତ୍ରିନାଥ ମେଳା ମଣ୍ଡପର ପ୍ରତିଷ୍ଠା ମହୋତ୍ସବ ପାଳନ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ ଆଧ୍ୟାତ୍ମିକପ୍ରେମୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘର ସଂଗଠନକୁ ଆହୁରି ସୁଦୃଢ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ବାଲିସିରା ଗ୍ରାମର ବାସିନ୍ଦା ତଥା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରି କନିଷ୍ଠ କୁଇଜ୍‍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିି ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ବହୁମୁଖୀ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନାଙ୍କ ସମେତ ତାଙ୍କର ପିତା ଶିବଶଙ୍କର ଜେନା ଓ ମାତା ଭାଗ୍ୟଲକ୍ଷ୍ମୀ ଜେନାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନାଙ୍କ ଉଜ୍ଜଳ ଭବିଷ୍ୟତ କାମନା ବି କରାଯାଇଥିଲା । ବାଲିସିରା ଗ୍ରାମରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଥିବା ତ୍ରିନାଥ ମେଳା ମଣ୍ଡପର ତୃତୀୟ ବାର୍ଷିକ ପ୍ରତିଷ୍ଠା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ସୀତାରାମ ପ୍ରଧାନ, ରାମନାଥ ପଟ୍ଟନାୟକ, ଅଜିତ୍‍ ଭୂୟାଁ, ନିରଂଜନ ପ୍ରଧାନ, ଦୁତିକୃଷ୍ଣ ରଥ, ମନୋଜ ପଟ୍ଟନାୟକ, ରମାକାନ୍ତ ଦାଶ, ମନୋଜ ଦାଶ, ରାମକୃଷ୍ଣ ସାହୁ, ଜହାଲାଲ ପାତ୍ର, ଶିବରାମ ମହାପାତ୍ର, ପିତାମ୍ବର ସ୍ୱାଇଁ, ଜଗନ୍ନାଥ ବିଷୋୟୀ, ଦିନେଶ୍‍ ପାତ୍ର, ସୁରେନ୍ଦ୍ର ସାହୁ, ଗଣେଶ ସାହୁ, ସୁବାସ ବାଡତ୍ୟାଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ