ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ
ବେଲଗୁଣ୍ଠ, (ସନ୍ତୋଷ ବିଶୋଇ):ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭିବାବକ ସମ୍ମିଳନୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା କୁମାରୀ ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଗଣତାନ୍ତ୍ରିକ ପଦ୍ଧତିରେ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରିଥିଲେ I ନୂତନ କମିଟିର ଅଧ୍ୟକ୍ଷ ଭାବେ ରଞ୍ଜିତ କୁମାର ସାମଲଙ୍କୁ ମନୋନୀତ କରାଯାଇଥିବା ବେଳେ ଉପାଧ୍ୟକ୍ଷା ଭାବେ ନଳିନୀ ମହାରଣାଙ୍କୁ ମନୋନୀତ କରାଯାଇଥିଲା I ସେହିପରି ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଭାବେ ଭାରତୀ ବେହେରା, ଏସ୍. ସାବିତ୍ରି ପାତ୍ର, ରିଙ୍କି ପ୍ରଧାନ, ରିନା ମହାରଣା, ବନିତା ଜେନା, ସୂର୍ଯ୍ୟ ଖଣ୍ଡୁଆଳ, ସୁଧୀର କୁମାର ପଣ୍ଡା, ପ୍ରକାଶ ପାତ୍ର, ଲିଙ୍ଗରାଜ ବେହେରା, ସନ୍ତୋଷ ଡାକୁଆ ପ୍ରମୁଖ ମନୋନୀତ ହୋଇଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ପ୍ରତିନିଧି ସବିତା ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ I