ବାଲି ଆଲୋଚନା ବିଫଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ତହସିଲ ଅଧିନ ବିବାଦୀୟ ଜଗନ୍ନାଥ ପ୍ରସାଦ ବାଲି ସୈରତ ବାବଦରେ ଆଜି ପ୍ରଶାସନିକ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି। ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା ମଞ୍ଚ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବାଲି ସୈରତ ନିଲାମ ନେଇ ଆଲୋଚନା ହୋଇଥିଲା। ଆଲୋଚନା ରେ ଆଇନଜୀବୀ ଶ୍ରୀଯୁକ୍ତ ନିରାକାର ଜେନା, ସୁରକ୍ଷା ମଞ୍ଚ ସଭାପତି ସୁଧୀର କୁମାର ଜେନା ଓ ସାମାଜିକ କର୍ମୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜଳ ସମ୍ପଦ ବିଭାଗ ବାଲି ଗାଡି ଚଳାଚଳ ପାଇଁ ଲିଜଧାରୀଙ୍କୁ ଅନୁମତି ଦେଇ ନଥିବାବେଳେ ବନ୍ଧ ରାସ୍ତାକୁ ଛାଡିଦେଲେବିକଳ୍ପ ରାସ୍ତା ମଧ୍ୟ ନାହିଁ। ତେଣୁ ବାଲି ପରିବହନ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ବୈଷୟିକ କମିଟି ରିପୋର୍ଟ ଆସିଲେ ଯାହା କିଛି ହେବ ବୋଲି ଆଞ୍ଚଳିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

 
            
