ବାଲି ଚୋରାଚାଲଣ ରୋକିବାକୁ ଗ୍ରାମବାସୀଙ୍କ ଦାବି

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ନଦୀ ପଠାଗୁଡ଼ିକରୁ ବହୁଦିନ ହେଲା ଚୋରାରେ ବାଲିଚାଲଣ ହେଉଛି । ଏଥିଯୋଗ୍ୟୁ ରାଜ୍ୟ ସରକାର ବିପୁଳ ପରିମାଣରେ ରାଜସ୍ୱ ହରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଲି ଚୋରାଚାଲାଣ ରୋକିବା ଏବଂ ନଦୀପଠାଗୁଡ଼ିକର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀତଟରୁ ପ୍ରତିଦିନ ଶହଶହ ଟ୍ରକ, ଟ୍ରାକ୍ଟର , ଟିପ୍ପର ଯୋଗେ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଛି । ରାଜ୍ୟ ବାହାରକୁ ଏବଂ ବାହାର ଦେଶକୁ ମଧ୍ୟ ଜାହାଜ ଯୋଗେ ସମୁଦ୍ର ପଥରେ ଚାଲାଣ ହେଉଛି। ଏ ବିଷୟ ସରକାର ଓ ପ୍ରଶାସନ ଜାଣିଥିଲେ ମଧ୍ୟ ନୀରବ ଦ୍ରଷ୍ଟା । ଚୋରି ଘଟଣାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଜିଲ୍ଲାର ଅନେକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଯାହାର ସଦ୍ୟ ଉଦାହରଣ ହିଞ୍ଜିଳିକାଟୁ ଘଟଣା । ବାଲି ବାବଦରେ ସରକାର ଯେତିକି ରାଜସ୍ୱ ପାଉନାହାନ୍ତି ତାଠାରୁ ବେଶୀ ଅର୍ଥ ରାସ୍ତା ମରାମତି ଓ ନିର୍ମାଣ ବାବଦରେ ବ୍ୟୟ ହେଉଛି। ବାଲିମାଫିଆ, ସରକାର ଓ ପ୍ରଶାସନ ଭିତରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏହାର ନରିପେକ୍ଷ ତଦନ୍ତ ଆବଶ୍ୟକ । ଜିଲ୍ଲାର ୧୧୭ ସୈରାତ ମଧ୍ୟରୁ ୭୮ଟି ନିଲାମ ହୋଇଛି । ସୈରାତ ତୁଳନାରେ ଅଧିକ ବାଲି ରାତି ଅଧିଆ ଚାଲାଣ ହେଉଛି । ବାଲି ଚାଲାଣ ଯୋଗୁଁ ନଦୀପଠା ଗଭୀର ହୋଇ କୂଳ କ୍ଷତିଗସ୍ତ ହେଉଛି | ଗାଁ ଭିତରେ ବାଲି ପଶୁଛି, ବର୍ଷାଦିନରେ ଚାଷଜମି ବାଲିଚର ହେଉଛି ଏବଂ ଏକର ଏକର ଚାଷ ଜମି ନଦୀଗର୍ଭରେ ମିଶୁଛି । ଏହାଫଳରେ ଚାଷୀ ଭୂମିହୀନ ହେଉଛି । ତେଣୁ ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବାଲି ଚୋରାଚାଲଣ ଦିଗରେ ପଦକ୍ଷେପ ନିଅନ୍ତୁ ଓ ନଦୀତଟଗୁଡ଼ିକର ସୁରକ୍ଷା କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି । ଦାବିପତ୍ର ପ୍ରଦାନ ସମୟରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠୀ, ରାଜିବରମଣ ଖୁଣ୍ଟିଆ, ଉଦୟନାଥ ପାଣିଗ୍ରାହୀ, ସାଇପ୍ରସାଦ ପାତ୍ର, କିଶୋର କାପୁର୍‌, ରଞ୍ଜନ କୁମାର ତରାଇ ବହୁ ପ୍ରମୁଖ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ