ବାଲି ଚୋରାଚାଲାଣ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :ଗଙ୍ଗେ ବାଲେଶ୍ୱର ଜିଲ୍ଲା ପକ୍ଷରୁ ବାଲି ଚୋରାଚାଲାଣ ବିରୁଦ୍ଧରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବାଲେଶ୍ଵର ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ପ୍ରଦାନ କରା ଯାଇଛି । ସମିତିର କର୍ମକର୍ତ୍ତା ମାନେ ଦାବି କରିଛନ୍ତି ଯେ ଓଡିଶାରେ ବାଲି ମାଫିଆଙ୍କ ସମେତ ବିଜେଡି ସରକାରଙ୍କର ପ୍ରତ୍ୟକ୍ଷ ସହଯୋଗରେ ବ୍ୟାପକ ଭାବେ ରାଜ୍ୟର ସମସ୍ତ ନଦୀ ମାନଙ୍କରୁ ବେଆଇନ ଭାବେ ଖୁଲମଖୁଲା ବାଲି ଚୋରା ଚାଲାଣ ଚରମ ସୀମାରେ ପହଞ୍ଚିଛି। ତତସହିତ କଳକାରଖାନାର ବର୍ଜ୍ୟବସ୍ତୁ ଓ ମଇଳା ପାଣି ନଦୀକୁ ଛାଡୁଥିବାରୁ ଓଡିଶାର ସମସ୍ତ ନଦୀ ପାଣି ପ୍ରଦୂଷିତ ହୋଇ ଯାଉଛି। ନଦୀ ଅବବାହିକା ତଥା ପଠାକୁ ଜବର ଦଖଲ କରାଯିବା ଫଳରେ ନଦୀ ର ଗତିପଥ ସଂକୀର୍ଣ୍ଣ ହୋଇ ବନ୍ୟା ସମୟରେ ବନ୍ୟାପାଣି ନିଷ୍କାସନ ନ ହୋଇ ପାରି ବିପଦ ସୃଷ୍ଟି କରୁଛି।ବାଲି ମାଫିଆ ମାନଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ମାନେ ସୁରକ୍ଷା ଦେଉଛନ୍ତି । ଚୋରା ବାଲି କାରବାର ଧଳା ଯହର କାରବାରରେ ପରିଣତ ହୋଉଛି । ଯାହା ଫଳରେ ବାଲି ମାଫିଆ ମାନେ ବେଳେ ବେଳ ଆତଙ୍କ ରାଜ ଜରିବା ସହିତ ମଡ଼ର କରିବାକୁ ପଛାଉ ନାହାନ୍ତି ବୋଲି ବିଜେପି ନେତୃ ମଣ୍ଡଳୀ ଦାବୀ କରିଛନ୍ତି।ଆଗାମୀ ଦିନରେ ଏପରି କଳା କାରବାର ବନ୍ଦ ନ ହେଲେ ବ୍ୟାପକ ଜଣ ଆନ୍ଦୋଳନର ଚେତାବନୀ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ଉପସଭାପତି ଅଜୟ କୁମାର ସାହୁ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୁଭନା ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା,ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ଜିଲ୍ଲା ସହସଂଯୋଗକ ସୁଶାନ୍ତ ବେରା,ଜିଲ୍ଲା ଉପସଭାପତି କମଲୋଚନ ଦାସ,ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ଗୌରାଙ୍ଗ ଦାସ,ଅରୁଣ କୁମାର ବେଜ, ବାସୁଦେବ ପଣ୍ଡା,ଉତ୍ତମ କୁମାର ପିଳା,ସୁଶୀଳ କୁମାର ପ୍ରଧାନ,ସତ୍ୟପ୍ରକାଶ ବେହେରା,ଦେବାଶିଷ ମହାପାତ୍ର ପ୍ରମୁଖ ବିଜେପି ନେତୃ ମଣ୍ଡଳୀ ଯୋଗଦେଇ ପ୍ରତିକ୍ରିୟା ରଖିଥିଲେ ।


