ବାଲି ଚୋରା ଚାଲାଣ ବେଳେ ଚାରୋଟି ହାଇୱା ଜବତ କଲା ଖଣି ବିଭାଗ

କୋରାପୁଟ,(ହେମନ୍ତ କୁମାର ପାଣିଗ୍ରାହୀ) : ରାୟଗଡା ଜିଲ୍ଲାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୁ ଆସୁଥିବା ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଖଣି ବିଭାଗ ଲକ୍ଷ୍ମୀପୁର ପୋଲିସ ସହାୟତା ରେ ଚଢ଼ାଉ କରି ଚାରୋଟି ହାଇୱା ଗାଡିକୁ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖଣି ବିଭାଗ କର୍ମଚାରୀ ଶୁକ୍ରବାର ରାତ୍ରରେ ରାୟଗଡାରୁ ଆସୁଥିବା ଗାଡି ଗୁଡିକ କୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବିନା ରୟାଲଟିରେ ରାୟଗଡାରୁ ବାଲି ଆଣି ଲକ୍ଷ୍ମୀପୁରର ବିଭିନ୍ନ ଠିକା କମ୍ପାନୀକୁ ଯୋଗାଉ ଥିବା ଚାରୋଟି ହାଇୱା ଗାଡି କୁ ଜବତ କରି ଥାନା ରେ ଆଣି ରଖାଯାଇଛି। ଜବତ ଗାଡି ମଧ୍ୟରୁ ଓଡି ୧୮-୯୬୩୪, ଓଡି ୧୮କ୍ୟୁ-୪୫୧୦,ଓଡି ୧୮କେ-୬୯୫୮, ଓଡି ୩୨ଡି-୩୨୧୧ନମ୍ବର ଥିବା ଗାଡ଼ି ଜଣାପଡିଛି। ସମସ୍ତ ଗାଡିର ଆବଶ୍ୟକ ପରିମାଣର କାଗଜ ପତ୍ର ଠିକ୍ ନଥିବାରୁ ଲକ୍ଷାଧିକ ଟଙ୍କା ଜୋରିମାନା ପଡିପାରେ ବୋଲି ଆକଳନ କରାଯାଇଛି। ପ୍ରକାଶ ଥାଉକି ରାୟଗଡା ଜିଲ୍ଲାରୁ ଦୈନିକ ଲକ୍ଷ୍ମୀପୁର ଅଞ୍ଚଳକୁ ଶହ,ଶହ ଗାଡି ବାଲି ଚୋରା ଚାଲାଣ ହେଉଥିବା ବେଳେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡୁଛି। ଲକ୍ଷ୍ମୀପୁର ଏକ ମାଇନ୍ସ ଅଞ୍ଚଳ ଓ ସୀମାନ୍ତ ଟିକିରିକୁ ଲାଗି ଦୁଇ ଦୁଈଟି କାରଖାନା ହେଉଥିବା କାରଣରୁ ବିଭିନ୍ନ କାର୍ଯ୍ୟ ସକାଶେ ବାଲି ର ବ୍ୟବହାର କରା ଯାଉଛି। ଲକ୍ଷ୍ମୀପୁର ବ୍ଲକରେ ବାଲି ଉତ୍ସ ନଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରୁ ବାଲି ଆସିଥାଏ।ଆଗରୁ ତହସିଲ ବିଭାଗ ଲଘୁ ଖଣିଜ ଦ୍ରବ୍ୟର ଟିକସ ଦାୟୀତ୍ୱ ନିର୍ବାହ କରୁଥଲେ। ବର୍ତ୍ତମାନ ଖଣି ବିଭାଗ ଏହି ଦାୟିତ୍ୱ ବୁଝୁଥିଲେ ସୁଧା ଲକ୍ଷ୍ମୀପୁର ଅଞ୍ଚଳରେ କେହି ଖଣି ଅଧିକାରୀ ରହୁନଥିବା କାରଣରୁ ରାତା ରାତି ବାଲି ଚୋରା ଚାଲାଣ ହେଉଛି।ଏନେଇ ଜିଲ୍ଲା ଖଣି ଅଧିକାରୀ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ସମସ୍ତ ଗାଡ଼ି ପୁରୁଣା ରୟାଲିଟି ରସିଦ ରେ ରାୟଗଡାରୁ ଲକ୍ଷ୍ମୀପୁରକୁ ବାଲି ଆଣୁଥିବା ସମୟରେ ଧରା ପଡ଼ିଥିବା ଏବଂ ଆଉ ଅଧିକ କିଛି ସୂଚନା ପ୍ରଦାନ କରି ନଥିଲେ। ଅନ୍ୟ ପକ୍ଷ ରେ ଖଣି ବିଭାଗ ରେ କେହି ଅଧିକାରୀ ନଥିବାରୁ କିଛି ମୁଲ ଚାଲ ହୋଇ ପାରିଲା ନାହିଁ । ଜୟପୁର ହିଁ ଯିବାକୁ ପଡିବ ବୋଲି ଥାନା ସମ୍ମୁଖରେ ଆଲୋଚନା ଓ ଚର୍ଚ୍ଚା ହଉଥିବା ଶୁଣିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ