ବାଲି ଟ୍ରକ୍ ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି। ସ୍ଥାନୀୟ ବୈତରଣୀ ନଦୀର ଝୁଟଣା, ଵନ୍ଦାଳ, ଵନସ୍ତା, ନେରଡା, କୁମ୍ଭାରିଆ, ରଘୁନାଥପୁର,ମଣୀନାଥପୁର,ମୁଢାପଦା ପ୍ରମୁଖ ସ୍ଥାନ ମାନଙ୍କରୁ ଦିବାଲୋକରେ ଶହଶହ ଟ୍ରିପ ଵାଲି ଚାଲାଣ ହେଉଛି।ଚାଲାଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିବା ବେଳେ ଗୋଟିଏ ବେଆଇନ ବାଲି ଟ୍ରକ୍ ଜବତ ହୋଇଥିବା ଜଣାପଡିଛି। ଗାଡ଼ିଟି ନଦୀରୁ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପୋଲିସ ଏହାକୁ ଧରିଥିଲା। ଏନେଇ ଥାନା ପକ୍ଷରୁ ୩୬୧/୨୧ରେ ମାମଲା ରୁଜୁ ହୋଇଥିବା ବେଳେ ଚାଳକକୁ ଗିରଫ କରାଯାଇଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ