ବାଲି ଟ୍ରକ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ବିଗତ କିଛିଦିନ ହେବ ବେଆଇନ ବାଲି ଗାଡି ଜବତ ହେଉଥିବାବେଳେ ସେଗୁଡିକ ଠାରୁ ଜୋରିମାନା ମଧ୍ୟ ଆଦାୟ ହୋଇଛି । ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରୁ ବେଆଇନ ବାଲିଚାଲାଣ ବର୍ଷବର୍ଷ ଦରି ହେଉଥିବାବେଳେ କୌଣସି ସୈରାତକୁ ନିଲାମ ଦେବା ପ୍ରଶାସନ ପକ୍ଷେ ସମ୍ଭବ ହୋଇପାରୁନାହିଁ । ବେଆଇନ ଚାଲାଣ ରୋକିବା ପାଇଁ ଥାନା ଓ ତହସିଲ ପକ୍ଷରୁ ଅନେକ ବାର ଚଢାଉ ହେଉଥିବା ଦେଖାଯାଉଛି । ଏହିପରିପ୍ରେକ୍ଷୀରେ ଆଜି ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ମଞ୍ଜୁରୀ ଓ କୁମ୍ଭାରିଆ ଅଞ୍ଚଳରେ ଚଢାଉ ହୋଇଥିବାବେଳେ ଏକ ବେଆଇନ ବାଲି ଟ୍ରକକୁ ଜବତ କରାଯାଇଥିବା ଜଣାଯାଇଛି । ଓଡି୨୨କେ ୯୯୧୧ ହାୱାଇ ଟ୍ରକଟି ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିଭାବେଳେ ତହସିଲଦାର ଏହାକୁ ଧରିଥିଲେ । ଆଇନ ସମ୍ମତ କୌଣସି ବାଲିଚାଲାଣ କାଗଜ ଦେଖାଇ ନପାରିବାରୁ ଗାଡିଠାରି ୧୬ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡିଛି ।