ବାଲି ଟ୍ରକ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଦୁଇଗୋଟି ବେଆଇନ ବାଲି ଟ୍ରକକୁ ଜବତ କରାଯାଇଛି। ଓଆର୦୧ଇ୫୧୬୨ ଓ ଓଆର ୦୪ଏଚ୪୫୩୭ ଟ୍ରକ ଦୁଇଟି ସ୍ଥାନୀୟ ବୈତରଣୀ ନଦୀରୁ ବେଆଇନ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଛତା ବର ନିକଟରେ ପୁଲିସ ଏହାକୁ ଧରିଥିଲା। ଏହା ସହିତ ଗାଡି ଚାଳକ ଦେବେନ୍ଦ୍ର ନାଥ ମୁଣ୍ଡା ଓ ଏସକେ ମମତାଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପୁଲିସ ୩୧୧/୨୧ ଓ ୩୧୨/୨୧ରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି।