ବାଲି ଟ୍ରକ ଠାରୁ ଜୋରିମାନା ଆଦାୟ

ଭଣ୍ଡାରୀପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରୁ ଦୈନନ୍ଦିନ ବେଆଇନ ବାଲି ଚାଲାଣ ଏକ ବ୍ୟାଧିରେ ପରିଣତ ହୋଇଗଲାଣି। ଜଟିଳ ଆଇନକାନୁନ ବ୍ୟବସ୍ଥା ଯୋଗୁ ନଦୀର ପ୍ରମୁଖ ସୈରତ ଗୁଡିକ ନିଲାମ ହୋଇପାରୁନଥିବାବେଳେ ବାଲି ଚୋରାଚାଲାଣ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବିଭିନ୍ନ ସମୟରେ ଚୋରା ବାଲି ଗାଡି ଗୁଡିକୁ ଧରାଯାଉଥିଲେ ମଧ୍ୟ ବେଆଇନ ଚାଲାଣ କିନ୍ତୁ ପୂର୍ବବତ ଜାରିରହିଛି। ଏହି ପରିପ୍ରେକ୍ଷୀରେ ଆଜି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜାତୀୟ ରାଜପଥରୁ ଦୁଇ ଗୋଟି ବାଲି ଟ୍ରକକୁ ଜବତ କରି ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଓଡ଼ି୨୨ପି୦୩୨୨ ଏବଂ ଓଡ଼ି୨୩ବି ୫୭୧୮ ଦୁଇଗୋଟି ହାୱାଇ ଟ୍ରକୁ ଜବତ କରି ଥାନା ଜିମା ଦେଇଥିଲେ। ପରେ ଗାଡି ଦୁଇଟି ଠାରୁ ତହସିଲଦାର ଜୋରିମାନା ବାବଦୀୟ ୩୪ହଜାର ଟଙ୍କା ଆଦାୟ କରିବା ପରେ ଗାଡି ଦୁଇଟିକୁ ଛଡ଼ାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ