ବାଲି ଟ୍ରାକ୍ଟରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶୁକ୍ରବାର ଭୋରରୁ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ମହଙ୍ଗା ପଡ଼ିଛି । ଘୋଡ଼ାହାଡ଼ ନଦୀରୁ ଏକ ଟ୍ରାକ୍ଟର (ଓଡ଼ି୦୭ଏକ୍ସ ୮୫୧୮) ବେଆଇନ ଭାବେ ବାଲି ଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ପ୍ରଶାସନ ଚଢାଉ କରିଛି । ହିଞ୍ଜିଳି ତହସିଲ ପକ୍ଷରୁ ଜବତ ଟ୍ରାକ୍ଟରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ପରେ ଗାଡ଼ିକୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ସ୍ଥାନୀୟ ଅଂଚଳର ଘୋଡ଼ାହାଡ଼ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ଧରପଗଡ଼ କରାଯାଉଥିବାରୁ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ