ବାଲି ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଉକ୍ତ ବେଆଇନ କାର୍ଯ୍ୟ ଦୀର୍ଘବର୍ଷ ହେବ ଚାଲି ଆସୁଥିଲେ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ପ୍ରଶାସନ ବିଫଳ ହୋଇଛି । ତଥାପି ଥାନା ଓ ତହସିଲ ପକ୍ଷରୁ ବାଲି ଚାଲାଣ ଅଞ୍ଚଳରେ ଚଢାଉ କରାଯାଇ ଟ୍ରାକ୍ଟର ଓ ଟ୍ରକ ଜବତ କରୁଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁରୀରୋଡ ଫାଣ୍ଡି ପକ୍ଷରୁ ଚଢାଉ କରାଯାଇ ୩ଗୋଟି ବାଲି ଟ୍ରାକ୍ଟର ଜବତ କରାଯାଇଛି । ଟ୍ରାକ୍ଟର ଗୁଡିକ ସ୍ଥାନୀୟ ଝୁଟୁଣା ସ୍ଥିତ ବେଆଇନ ସୈରାତରୁ ବାଲି ବୋଝେଇ କରି ଆସୁଥିବାବେଳେ ଫାଣ୍ଡି କର୍ମଚାରୀମାନେ ଏହାକୁ ଧରିଥିଲେ । ଏନେଇ ଥାନା ପକ୍ଷରୁ ଜଣେ ଚାଳକକୁ ଗିରଫ କରାଯାଇଥିବାବେଳେ ୨ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ