ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ପକ୍ଷରୁ ବୈତରଣୀ କୂଳବର୍ତ୍ତ ଅଞ୍ଚଳରେ ଏବେ ଚଡାଉ କରାଯାଉଥିବାବେଳେ ଆଗୁଆ ସୂଚନା ପାଇ ଅନେକ ବାଲି ଗାଡି ଖସିଯାଉଥିବା ଜଣାପଡିଛି । ଦୀର୍ଘବର୍ଷ ହେବ ଗାଡି ଚୋରାଚାଲାଣ ଓ ଏହାକୁ ନେଇ ଅନେକ ସମୟରେ ବହୁଅପ୍ରିତିକର ଘଟଣା ଘଟୁଥିବାବେଳେ ବେଆଇନ ଚାଲାଣ ରୋକିବାରେ କିନ୍ତୁ ପ୍ରଶାସନ ବିଫଳ ହୋଇଥିବା ଜଣାପଡିଛି । ବିଶେଷକରି ତହସିଲ ପ୍ରଶାସନ ବାଲିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ଏହା ସତ୍ତ୍ୱେ ଥାନା ପକ୍ଷରୁ ଅନେକ ସମୟରେ ଚଢାଉ ହୋଇ ଅନେକ ବେଆଇନ ଗାଡି ଜବତ ହେଉଥିବା ସୂଚନାମିଳୁଛି । ଏହିପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ବୈତରଣୀ ନଦୀର ମୁଢାପଦା ଠାରୁ ନମ୍ବର ବିହୀନ ଏକ ବେଆଇନ ବାଲି ଟ୍ରାକ୍ଟରକୁ ପୁଲିସ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଥାନାପକ୍ଷରୁ ୧୨୯/୨୧ରେ ମାମଲା ରୁଜ୍ଜୁ କରାଯାଇଛି ।