ବାଲି ବୋଝେଇ ଟିପର ଧକ୍କାରେ, ୨ ଗୁରୁତର

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପୁରୁଣା ଶିଶୁମନ୍ଦିର ଠାରେ ଶନିବାର ପୂର୍ବାହ୍ନରେ ପୁରୁଷୋତ୍ତମପୁର ବାଲି ରେମ୍ପରୁ ଵାଲି ଵୋଝେଇ ଟିପର, ଓଡି୦୭ଏକ୍ସ ୪୧୩୧ ନମ୍ବର ଧକ୍କାରେ ବାଇକ ଚାଳକ ସମେତ ୨ ଗୁରୁତର ହୋଇଥିବା ଜଣାପଡିଛି l ବାଲି ବୋଝେଇ ଟିପର ପୁରୁଷୋତ୍ତମପୁର ଠାରୁ ନରେନ୍ଦ୍ରପୁର ଅଭିମୁଖେ ଯାଉଥିବା ସମୟରେ ତଳପୁଟବଗଡ଼ ଗ୍ରାମ ଠାରେ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା l ଫଳରେ ଟିପର ଭିତରେ ବାଇକଟି ପଶିଯାଇଥିଲା l ବାଇକ ଚାଳକ ଵୁଲୁ ପ୍ରଧାନ(୪୫) ଓ ପଛରେ ବସିଥିବା ବୁଦ୍ଧିଆ ପ୍ରଧାନ (୪୦) ଗୁରୁତର ଆହତ ହୋଇଥିଲେ l ଟିପର ପଛପଟୁ ବାଇକ ଭିତରେ ପଶିଥିବା ବେଳେ ଦୁହେଁ ପ୍ରାୟ ୫୦ ମିଟର ଘୋଷାଡି ଘୋଷାଡି ହୋଇ ଆହତ ହୋଇଥିଲେ l ଦୁର୍ଘଟଣା ଘଟାଇଥିବା ଟିପର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ସୂଚନା ପାଇ ଚମାଖଣ୍ଡି ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଏନଏଚଆଇ ପାଟ୍ରେଲିଙ୍ଗ ଗାଡ଼ି ସହାୟତାରେ ଆହତ ଦୁଇ ଜଣକୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା l ବାଇକ ଚାଳକ ବୁଲୁ ପ୍ରଧାନଙ୍କ ଗୋଡ ଓ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଥିବାରୁ ମୁଣ୍ଡ ଆଘାତ ଲାଗି ଵାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଟାଙ୍ଗଣାପଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚ ବି.ସୁଦାମ ସମିତି ସଭ୍ୟl ପ୍ରତିନିଧି ଅମେଶ ସାହୁ ଵଡ ମେଡିକାଲ ପହଞ୍ଚି ଆହତଙ୍କୁ ସହାୟତା ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ