ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ ଜବଦ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ତହସିଲର ବିଭିନ୍ନ ବେ ଆଇନ ବାଲିଘାଟରୁ ବେ ଆଇନ ଭାବେ ବାଲି ପରିବହନ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏନେଇ ପ୍ରଶାସନ ପକ୍ଷରୁ ସେପରି ଆଖିଦୃଶିଆ ଚଢ଼ାଉ କରାଯାଉ ନଥିବାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ଆଜି ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାଶ ଅଣା-ସମଣା ରାସ୍ତାରେ ଚଢ଼ାଉକରି ଦୁଇଟି ଟ୍ରାକ୍ଟର ଓ ଦୁଇଟି ଟ୍ରକକୁ ଜବଦ କରି ନନ୍ଦିପଦା ପୁଲିସକୁ ହହସ୍ତାନ୍ତର କରିଛନ୍ତି । ଏହି ଜବଦ ଗାଡି ଗୁଡିକରୁ ୩୬ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ