ବାଲି ବୋଝେଇ ଡମ୍ପର ଓଲଟି ଡ୍ରାଇଭର ମୃତ

ବାଲି ବୋଝେଇ ଡମ୍ପର ଓଲଟି ଡ୍ରାଇଭର ମୃତ
ବାଲି ବୋଝେଇ ଡମ୍ପର ଓଲଟି ଡ୍ରାଇଭର ମୃତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ରାଇରଙ୍ଗପୁର ବଳହଦା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ କଡ କାଦୁଆଣି ନିକଟରେ ଏକ ବାଲି ବୋଝେଇ ଟ୍ରକ ଓଲଟି ଚାଳକର ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଜଣକ ପରିଚୟ ମିଳିପାରିନଥିବା ବେଳେ ଖବର ପାଇ ଦଳହଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ସଂନ୍ଧ୍ୟା ପ୍ରାୟ ୭ ଟା ସମୟରେ ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲି ବୋଝେଇ ଡମ୍ପର ଗାଡି ନଂ ଓଆର ୦୯ ଏଚ୍ ୩୯୯୩ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଟ୍ରକଭିତରେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଛି । ଖବର ଲେଖା ହେବା ସୁଦ୍ଧା ମୃତ ଦେହ ଜବତ କରାଯାଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ