ବାଲି ବୋଝେଇ ଭାରୀଯାନ ଯାତାୟତ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଳକ ଅଧିନ ପଧାନପଡା ପଞ୍ଚାୟତ ଅଫିସ ଛକ ଠାରୁ ଓଳମ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଦୈନନ୍ଦିନ ବାଲି ବୋଝେଇ ଭାରୀଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଭାରୀଯାନ ଚଳାଚଳକୁ ବନ୍ଦ କରିବା ସହ ରାସ୍ତା ମରାମତି କରାନଗଲେ ପଧାନପଡା ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ପଧାନପଡା ପଞ୍ଚାୟତ ଅଫିସ ଛକ ଠାରୁ ଓଳମ ଆର.ଡି.ରାସ୍ତା ଗତ ୫ ବର୍ଷ ପୂର୍ବେ ମରାମତି କରାଯାଇଥିଲା । ଏହି ରାସ୍ତା ଉପରେ ପଧାନପଡା ଓ ନିଳୋକ ପଞ୍ଚାୟତ ସମେତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଲୋକ ମାନେ ନିର୍ଭର କରି ଚଳୁଛନ୍ତି । ଓଳମ ଗ୍ରାମ ପରେ କେନ୍ଦୁଝର ଜିଲା ସୀମା ହୋଇଥିବାରୁ ଏହି ରାସ୍ତା ଦେଇ ଲୋକ ମାନେ ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାତାୟତ କରିଥାନ୍ତି । ଏପରିପେକ୍ଷୀରେ ଏହି ରାସ୍ତା ଦେଇ ଦୈନନ୍ଦିନ ବାଲି ବୋଝେଇ ଗାଡି ଗୁଡିକ ଯାତାୟତ କରୁଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଦୁଇ କିମି ଦୂରତ୍ୱ ବିଶିଷ୍ଟ ରାସ୍ତାର ବିଭିନ୍ନ ସ୍ଥାନରେ ମେଟାଲ ଉଠିବା ସହ ବଡ ବଡ ଖାଲ ସୃଷ୍ଟି ହୋଇଛି । ବର୍ଷା ହେବା ଫଳରେ ଖାଲରେ ପାଣି ଜମି ରହି ଯାତାୟତରେ ଅସୁବିଧା ସୃଷ୍ଟି କରୁଛି । ବିଶେଷକରି ଲୋକ ମାନେ ସାଇକେଲ କିମ୍ବା ପାଦରେ ଚାଲି ଯିବା ଅସମ୍ଭବ ହୋଇପଡୁଛି । ୭ଦିନ ମଧ୍ୟରେ ଉକ୍ତ ରାସ୍ତାରେ ବାଲି ବୋଝେଇ ଭାରୀଯାନ ଚଳାଚଳକୁ ବନ୍ଦ କରିବା ସହ ରାସ୍ତାକୁ ମରାମତି କରାନଗଲେ ପଞ୍ଚାୟତବାସୀ ଆମରଣ ଅନଶନ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏନେଇ ପଧାନପଡା ପଞ୍ଚାୟତର ସମାଜସେବୀ ଶ୍ରୀକାନ୍ତ କୁମାର ଦାଶ, ଶ୍ୟାମ ସୁନ୍ଦର ଦାଶ, ସରୋଜିନୀ ଦାଶ, ଧନେଶ୍ୱର ଦାସଙ୍କ ସମେତ ବହୁ ବ୍ୟକ୍ତି ଜିଲ୍ଲାପାଳ, ବିଡିଓ, ତହସିଲଦାର, ଆଇଆଇସି ବନ୍ତଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ