ବାଲି ମାଫିଆ ଆକ୍ରମଣରେ କଲେଜ ଛାତ୍ର ଗୁରୁତର ,ମାଫିଆ ସନ୍ତୋଷ ଗିରଫ

ଗଞ୍ଜାମ,(ଦୂର୍ଗା ମାଧବ ପାଣିଗ୍ରାହି) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବେଣିଗୋଉରୀ ବାଲିରମ୍ପ ବନ୍ଦ ହୋଇଯିବା ପରେ ବାଲୀମାଫିଆ ମାନେ ହୋଇପଡିଛନ୍ତି ପ୍ରତିହିଂସା ପ୍ରାରାୟଣ ଓ କରିଛନ୍ତି ମରଣାତ୍ମକ ଆକ୍ରମଣ ଓ ଲୁଟି ନେଇଛନ୍ତି ଟଙ୍କା । ଯାହାର ଶିକାର ହୋଇଛନ୍ତି ବେଣିଗୌରୀ ଗ୍ରାମରକଲେଜ ରୁ ଫେରୁଥିବା ନିରୀହ କଲେଜ ଛାତ୍ର ଏସ୍.ସନ୍ତୋଷ ଓ ସଉଦା କିଣିବାକୁ ଯାଉଥିବା ଏସ୍.ଡମ୍ବୁରୁ ରେଡି, ଓ କେ.ଗୋପାଳ ରେଡି । ସେମାନଙ୍କୁ ପ୍ରଥମେ ଖଣ୍ଡି ଦେଉଳି ମେଡିକାଲ ପରେ ଛତ୍ରପୁର ମେଡିକାଲ ଅବସ୍ଥା ଗୁରୁତର ହେବାରୁ ବ୍ରମପୁର ମେଡ଼ିକାଲ କୁ ପଠାଯାଇଛି ଚିକିତ୍ସା ପାଇଁ। ଯାହାକୁ ନେଇ ଲୋକ ଙ୍କ ମଧ୍ୟରେ ଉତେଜନା ଲାଗିରହିବା ସହ ହୁମ୍ମା -ପୁରୁଷୋତ୍ତମ ରାସ୍ତା କୁ ଦିବା ଚାରି ଘଣ୍ଟା ଠାରୁ ଅବରୋଧ କରିଛନ୍ତି ଗ୍ରାମ ବାସୀ । ଘଟଣା ସ୍ଥଳରେ ରମ୍ଭା ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ ବି ଆକ୍ରମଣ କରି ବାଲୀ ମାଫିଆ ଙ୍କୁ ଗିରିଫ ନ କରିବା ପର‌୍ୟ୍ୟନ୍ତ ହଟିବୁ ନାହିଁ ବୋଲି ଅଟଳ ରହିଛନ୍ତି ।ଅନ୍ୟପଟେ ଆଜିର ଘଟଣା ପୋଲିସି ,ପ୍ରଶାସନ ଓ ବାଲୀ ମାଫିଆଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ସ୍ୱଷ୍ଟ ବାରି ହୋଇଛି ।ଖବର ନେବାରେ ଗଂଜାମ ବ୍ଲକ ଅନ୍ତର୍ଗତ ୟୁଡିଏସ୍ ପୁର ପଞ୍ଚାୟତ ର ବେଣୀଗୌରୀ ଗ୍ରାମ ସ୍ଥିତ ଋଷିକୂଲ୍ୟା ନଦୀର ବ୍ରଜବାଳି ଘାଟରୁ କାର୍ତ୍ତିକଢ଼ି ଗ୍ରାମର ବାଲୀ ମାଫିଆ ଡି.ସନ୍ତୋଷ ରେଡି ବେଆଇନ ଭାବେ ବାଲୀ ଚାଲାଣ କରିଆସୁଥିଲା । ବାଲୀ ନେଉଥିବା ଗାଡିଡ୍ରାଇଭର ମାନେ ଗ୍ରାମର ଝିଅ ଓ ବୋହୁ ଙ୍କୁ ଅଶିଅଳ ଇଙ୍ଗିତ କରିବା ସହ ଗାଡିର ଦ୍ରୁତ ଗତି ଯୋଗୁଁ ଘରର ହଲିବା ସହ ଗର୍ଭବତୀ ମହିଳା ହଇରାଣ ହେଉଥିବା ଓ ବିଭିନ୍ନ ସମୟରେ ସ୍କୁଲ ବିଦ୍ୟାର୍ଥୀ ଙ୍କ ଠାରୁ ଲୋକ ମାନେ ଦୁର୍ଘଟଣା ର ଶିକାର ହୋଉଥିଲେ ବି ଭୟରେ ପାଟିଫିଟାଇ ପାରୁନଥିଲା । ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ବ୍ଲକ ତରଫରୁ ଗ୍ରାମରେ ଏକ ରୋଡ଼ ନିର୍ମାଣ ହୋଇଥିବାରୁ ନିର୍ମାଣ ଶେଷ ହେବା ପର‌୍ୟ୍ୟନ୍ତ ଗ୍ରାମବାସୀ ବାଲୀଗାଡି ଉକ୍ତ ରାସ୍ତା ଦେଇ ନନେବାକୁ ବାଲୀ ମାଫିଆ ସନ୍ତୋଷ କୁ ଅନୁରୋଧ କରିଥିଲେ ଗ୍ରାମବାସୀ । ଯାହାଫଳରେ ଦିନରେ ଗାଡି ବନ୍ଦ କରିଦେଇ ଥିବା ବେଳେ ରାତିରେ ବାଲୀ ନେବା ଫଳରେ ରାସ୍ତା ଟି ନଷ୍ଟ ହୋଇଯାଇଥିଲା । ଉକ୍ତ ଦିନଠାରୁ ଗ୍ରାମବସି ବାଲୀ ରମ୍ପ ବନ୍ଦ କରିବା ପାଇଁ ପ୍ରଶାସନ ର ଦ୍ୱାରସ୍ଥ ହେବା ସହ ପଂଚୟତ ରେ ବି ରେଜୁଲେସନକରି ବାଲୀ ବନ୍ଦ କରିବା କୁ ନିଷ୍ପତ୍ତି ନିଆଯାଇଥିଲା । ସେହି ଦିନ ଠାରୁ ବାଲୀ ମାଫିଆ ପ୍ରତିହିଂସାପ୍ରରାୟଣ ହୋଇ ଗ୍ରାମବସି ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବାରୁ ଗ୍ରାମବସି ରମ୍ଭା ଥାନା ଘେରାଉ କରିବା ସହ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ । ଘଟଣା କୁ ଗୁରୁତ୍ୱ ସହ ନେଇ ପ୍ରଶାସନ ତରଫରୁ ଗଂଜାମ ତହସିଲଦାର ଙ୍କ ପ୍ରକୋଷ୍ଟରେ ପୋଲସ ଓ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଉପସ୍ଥିତ ରେ ଏକ ବୈଠକ ହୋଇ ଥିଲା। ପରେ ବେଆଇନ ଭାବେ ବାଲୀଚାଲଣ ହୋଉଥିବା ରୁ ରମ୍ପ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତଦିନ ଠାରୁ ବାଲୀ ମାଫିଆ ସନ୍ତୋଷ ବେଣିଗୌରୀ ଗ୍ରାମବସି ଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଆସୁଥିଲା । ଆଜି ଉକ୍ତ ଗ୍ରାମର ଏସ୍.ଡମ୍ବୁରୁ ରେଡି, କେ.,ଗୋପାଳ ରେଡି ନିଜ ଗ୍ରାମରେ ଦୋକାନ କରିଥିବାରୁ ସୌଦା ଜିନିଷ କିଣିବା ପାଇଁ ଯାଉଥିବା ବେଳେ ସନ୍ତୋଷ ପୁର ଇକ୍କୋ ବ୍ୟାଙ୍କ ନିକଟରେ ବାଲୀ ମାଫିଆ ଡି.ସନ୍ତୋଷ ରେଡି, ତାର ଭାଇ ଓ ସମର୍ଥକ ମାନେ ମାଡ଼ ମାରି ଟଙ୍କା ନେଇଯାଇଥିଲେ । ପରେ ଖଣ୍ଡିଦେଉଳି ସହିଦ ଭଗତସିଂହ ମହାବିଦ୍ୟାଳୟ ରେ ଯୁକ୍ତ ତିନି ପଢ଼ୁଥିବା ଛାତ୍ର ଏସ୍.ସନ୍ତୋଷ ପାଠପଢା ସାରି ଘରକୁ ଫେରୁଥିବା ବେଳେ ବାଲୀମାଫିଆ ନିଜ ଗ୍ରାମ କାର୍ତିକଢ଼ି ଠାରେ ଆକ୍ରମଣ କରିଥିଲା । ଫଳରେ ସେମାନେ ଗୁରୁତର ଆହତ ହୋଇ ପ୍ରଥମେ ଖଣ୍ଡିଦେଉଳି ମେଡିକାଲ ପରେ ଛତ୍ରପୁର ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଥିଲା ।ଅବସ୍ଥା ଗୁରୁତ୍ୱର ହ୍ରବାରୁ ବ୍ରମପୁର ମେଡିକାଲ କୁ ପଠାଯାଇଛି ଅଧିକ ଚିକିତ୍ସା ପାଇଁ। ଯାହାକୁ ନେଇ ଉତେଜନା ପ୍ରକାଶ ପାଇବା ସହ ଆକ୍ରମଣ କାରୀ ମାଫିଆ ସନ୍ତୋଷ କୁ ଗିରିଫ ଦାବିରେ ହୁମ୍ମା ପୁରୁଷୋତ୍ତମ ପୁର ରାସ୍ତା କୁ ଅବରୋଧ କରିଥିଲେ ବେଣିଗୋରୀ ଗ୍ରାମବସି ।ଖବର ଲେଖିଲା ବେଳକୁ ଗୁରୁତର ଛାତ୍ର ଏସ୍.ସନ୍ତୋଷ କୁ ଅଧିକ ଚିକିତ୍ସା ପାଇଁ ବ୍ରମହପୁର ପୁର ମେଡିକାଲ କୁ ପଠାଯାଇଛି । ଦୀର୍ଘ ଚାରିଘଣ୍ଟା ପରେ ରାସ୍ତା ରୋକ ହଟାଇବା ପରେ ସନ୍ତୋଷ ପୁର ପଂଚୟତ କାର‌୍ୟ୍ୟାଳୟ ରେ ରମ୍ଭା ଆଇ.ଆଇ.ସି ଗ୍ରାମବାସୀ ଓ ଶାନ୍ତି କମିଟି କୁ ନେଇ ବୈଠକ କରିଥିବା ବେକେ କୌଣସି ସମାଧାନ ହୋଇପାରିନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ